ଓଡିଶା

odisha

ETV Bharat / city

ସ୍ଵାୟତ୍ତ ଶାସନ ଦିବସରେ 'ଫନି' କ୍ଷତିଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ - ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜଧାନୀରେ ପାଳନ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଦିବସ ଅବସରରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 31, 2019, 7:34 PM IST

ଭୁବନେଶ୍ବର: ରାଜଧାନୀରେ ପାଳନ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଦିବସ ଅବସରରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ତେବେ ନିର୍ଦ୍ଧାରିତ ସମୟ ସୀମା ଭିତରେ ଜନସାଧାରଣ କିପରି ସମସ୍ତ ସୁବିଧା ପାଇବେ ସେନେଇ ପଦକ୍ଷେପ ନିଆଯାଇଛି । ଏହାସହ ସମଗ୍ର ରାଜ୍ୟରେ ୨ ହଜାର ୦୩୫ ଗୋଟି ଓ୍ଵାର୍ଡ କାର୍ଯ୍ୟାଳୟ ଖୋଲାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଖବର ଅନୁଯାୟୀ, ନିୟମରେ ଜନସାଧାରଣ ରାସ୍ତା ଘାଟଠାରୁ ଆରମ୍ଭ କରି ପାର୍କିଂ ସମସ୍ୟା କଥା ଉଠାଇ ପାରିବେ । ଓ୍ଵାର୍ଡ କାର୍ଯ୍ୟାଳୟରେ ପେନସନ, ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଆଦି ଦିଆଯିବ । ଏହାସହ ୫ଟି ଆଧାରରେ ରାଜ୍ୟରେ ଓ୍ଵାର୍ଡ ଅଫିସ ଓ ଓ୍ଵାର୍ଡ ଅଫିସରଙ୍କୁ ନିଯୁକ୍ତି କରିଛନ୍ତି ସରକାର । ଏହି ନିୟମ ସମସ୍ତ ଗୁଣାତ୍ମକ ସେବା ଯୋଗାଇବାରେ ସହାୟକ ହେବ, ଏହାସହ ଘରର ନକ୍ସା ଅନୁମୋଦନ ପାଇଁ ଇ-ବିପାସ୍ ଅନଲାଇନ କରାଯାଇଛି । ଯାହାଫଳରେ ୪୮ ଘଣ୍ଟା ମଧ୍ୟରେ ଘରର ନକ୍ସା ପାଇପାରିବେ ଓ ୫୦୦ବର୍ଗ ମିଟର ଘରର ବିଲ୍ଡିଂ ପ୍ଲାନ ଆପ୍ରୁଭାଲ କରାଯିବ ।

ଏହି ଦିବସ ଅବସରରେ ଆଜିଠାରୁ ନଗର ଉନ୍ନୟନ ବିଭାଗ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରି ସେଥିରୁ କ୍ଷୁଦ୍ର ଜୈବସାର ପ୍ରକ୍ରିୟା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଏଥିରେ ସାରା ରାଜ୍ୟରେ ୨୪୨ଟି ବର୍ଜ୍ୟବସ୍ତୁ ପରିଚାଳନା ଖୋଲାଯାଇଛି । ଏହାସହ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ମ୍ୟୁନିସିପାଲିଟିରେ ୨୬ ଟି ସେକ୍ଟର ପ୍ଲାଣ୍ଟର ସୁବିଧା ଦିଆଯିବ।

ସେହିପରି ପୁରୀରେ ଫନି କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କାର ପ୍ୟାକେଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସବୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details