ଓଡିଶା

odisha

By

Published : Apr 25, 2022, 11:07 AM IST

ETV Bharat / city

ସ୍ମାର୍ଟସିଟିରେ ଅସୁରକ୍ଷିତ ସୁନା ବ୍ୟବସାୟୀ ! ଆଉ ଜଣେ ହେଲେ ଲୁଟେରାଙ୍କ ଶିକାର

ରାଜଧାନୀରେ ଗହଣା ବ୍ୟବସାୟ କରୁଥିଲେ ସାବଧାନ ! ଏବେ ଲୁଟେରାଙ୍କ ଟାର୍ଗେଟରେ ଗହଣା ଦୋକାନୀ । ଗହଣା ଲୁଟ କରିବା ପାଇଁ ସ୍ବାତୀ ଜୁଏଲାରୀ ମାଲିକଙ୍କୁ ଗୁଳିମାଡ କଲେ ଲୁଟେରା । ଅଧିକ ପଢନ୍ତୁ

ରାଜଧାନୀରେ ବିପଦରେ ଗହଣା ବ୍ୟବସାୟୀ, ଲୁଟ ପାଇଁ ଲୁଟେରା କଲେ ଅତର୍କିତ ଗୁଳିମାଡ
ରାଜଧାନୀରେ ବିପଦରେ ଗହଣା ବ୍ୟବସାୟୀ, ଲୁଟ ପାଇଁ ଲୁଟେରା କଲେ ଅତର୍କିତ ଗୁଳିମାଡ

ଭୁବନେଶ୍ବର:ସୁନା ଦୋକାନୀଙ୍କ ପାଇଁ ଆଲର୍ଟ । ଯଦି ରାଜଧାନୀରେ ଗହଣା ବ୍ୟବସାୟ କରୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ, ନଚେତ ଆପଣ ହୋଇପାରନ୍ତି ପରବର୍ତ୍ତି ଶିକାର । କାହିଁକିନା ଲୁଟେରାଙ୍କ ଟାର୍ଗେଟରେ ଏବେ ଗହଣା ଦୋକାନୀ । ଗୋଟିଏ ପରେ ଗୋଟିଏ ଗହଣା ଦୋକାନରୁ ଲୁଟେରା ଲୁଟ କରୁଥିବା ବେଳେ ଏବେ ବିପଦରେ ଭୁବନେଶ୍ବରର ଗହଣା ବ୍ୟବସାୟୀ । ରବିବାର ବିଳମ୍ବିତ ରାତ୍ରିରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ କରିଥିଲେ ଲୁଟେରା । ତମାଣ୍ଡୋ ଛକ ସ୍ବାତୀ ଜୁଏଲାରୀ ମାଲିକ ଲୋକନାଥଙ୍କ ଜଙ୍ଗରେ ଗୁଳି ବାଜିବାରୁ ଗୁରୁତର ଅବସ୍ଥାରେ ସେ ଏମସରେ ହେଉଛନ୍ତି ଚିକିତ୍ସିତ ।

ରାଜଧାନୀରେ ବିପଦରେ ଗହଣା ବ୍ୟବସାୟୀ, ଲୁଟ ପାଇଁ ଲୁଟେରା କଲେ ଅତର୍କିତ ଗୁଳିମାଡ

ସୂଚନା ଅନୁଯାୟୀ, ଗତକାଲି (ରବିବାର) ରାତିପ୍ରାୟ ୮ଟା ୩୦ତମାଣ୍ଡୋ ଥାନା ଜାଆଁଳା ବଜାରରେ ଥିବା ସ୍ବାତି ଜୁଏଲର ବନ୍ଦ କରି ଘର ଅଭିମୁଖେ ବାହାରିଥିଲେ ବାପା ଭଗବାନ ସୁବୁଦ୍ଧି ଓ ପୁଅ ଲୋକନାଥ ସୁବୁଦ୍ଧି । ଦୁଇଜଣ ଦୁଇ ବାଇକରେ ଯିବା ବେଳେ ବାଟରେ ୨ଟି ବାଇକରେ ୪ଜଣ ଲୁଟେରା ତାଙ୍କୁ ଗାଡିକୁ ଅଟକାଇବାକୁ କହିଥିଲେ। ତେବେ ଗହଣା ଥିବାରୁ ଭଗବାନ ସେଠାରୁ ପଳାଇଥିଲେ । ହେଲେ ଲୋକନାଥ ପାଖରେ ଗହଣା ଥିବା ଭାବି ତାଙ୍କୁ ଅଟକାଇ ଧମକାଇବା ସହ ବନ୍ଧୁକରୁ ଗୁଳି ଚଳାଇଥିଲେ । ପରେ ୪ରାଉଣ୍ଡ ଗୁଳି ଚାଳନା ପରେ ୨ରାଉଣ୍ଡ ତାଙ୍କ ଗୋଡରେ ବାଜିଥିଲା । ଏହାପରେ ସେ ତଳେ ପଡିବା ପରେ କିଛି ନପାଇ ଲୁଟେରା ଚମ୍ପଟ ମାରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୂର୍ବରୁ ସଟର ତାଡି ନେଇଥିଲେ ୭୦ ଲକ୍ଷ, ଏବେ ପୁଣି ନେଇଗଲେ ୬ ଲକ୍ଷର ଗହଣା

  • ତେବେ ରାଜଧାନୀରେ ସୁନା ଦୋକାନୀଙ୍କୁ ପିଛା କରି ଲୁଟ କରିବା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଗତ ୨ତାରିଖ ରାତିରେ ଖଣ୍ଡଗିରି ଥାନା ସୋଭାଗ୍ୟ ନଗରରେ ଲକ୍ଷ୍ମୀନାରାୟଣ ଜୁଏଲର୍ସ ମାଲିକ ଓମ ପ୍ରକାଶ ସାହୁଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟେରା ନେଇଯାଇଥିଲେ ୬ଲକ୍ଷ ଟଙ୍କାର ଗହଣା ।
  • ସେହିପରି ଗତ ମାସ ମାର୍ଚ୍ଚ ୧୬ରେ ଜାଆଁଳା ସାଗରିକା ଜୁଏଲର୍ସରୁ ମଧ୍ୟ ୨୦ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ ଦୁଇ ବନ୍ଧୁକ ଧାରି ଲୁଟେରା ।
  • ଗତ ୨୨ଜାନୁଆରୀରେ ଲକ୍ଷ୍ମୀସାଗର ଏକ ଗହଣା ଦୋକାନରୁ ୧୪ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ ଦୁଇ ଲୁଟେରା ।

ତେବେ ସୁନା ଦୋକାନୀ ଏଭଳି ଗୋଟିଏ ପରେ ଗୋଟିଏ ଲୁଟ ଓ ଲଟେରାଙ୍କ ଶିକାର ହେଉଥିଲେ ବି ପୋଲିସ ଏହାର କାଣିଚାଏ ସୁରାକ ପାଉନି । ଏନେଇ ପୁର୍ବରୁ ଲୁଟ ହୋଇଥିବା ଗହଣା ଦୋକାନ ସମ୍ପର୍କରେ ପଚାରିଲେ ଅସମାହିତ କହି କଥାକୁ ଟାଳୁଛନ୍ତି । ସେହିପରି ଲୁଟ, ଛିନତାଇ ବା ଡକାୟତି ପ୍ରଶ୍ନ କଲେ ଭୁବନେଶ୍ୱର ଡିସିପି ବାଇଟ ଦେବାକୁ ମନା କରୁଛନ୍ତି । ଏଭଳି ସ୍ଥିତିରେ ସହରର ବଢୁଥିବା ଅପରାଧ ଓ ଅପରାଧିଙ୍କ ଦୌରାତ୍ମ୍ୟକୁ ନେଇ ସିପି ଡିସିପିଙ୍କ ଖାମଖିଆଲ ମନୋଭାବ ପାଇଁ ପୋଲିସ ଡିଜି ହସ୍ତକ୍ଷେପ କରିବାର ଆବଶ୍ୟକ ରହିଛି । ନଚେତ୍‌ ଭୁବନେଶ୍ବର ଲୁଟପାଟର ସହରରେ ପାଲଟିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details