ଓଡିଶା

odisha

'ଦିସ ଇଜ ମାୟାରେ ବାୟା' ଫିଲ୍ମ ଦେଖିବାକୁ ସ୍ବରାଜଙ୍କ ଅନୁରୋଧ

By

Published : Oct 6, 2019, 1:40 PM IST

ଦଶହରାରେ ରିଲିଜ ଫିଲ୍ମ 'ଦିସ ଇଜ ମାୟାରେ ବାୟା' ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କଲେ ଯୁବ ଅଭିନେତା ସ୍ବରାଜ ବାରିକ୍ । ଅଧିକ ପଢନ୍ତୁ ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ପାରିବାରିକ, ରୋମାଣ୍ଟିକ ଓ କମେଡି କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ 'ଦିସ ଇଜ ମାୟାରେ ବାୟା' । ସିଦ୍ଧାର୍ଥ ମ୍ୟୁଜିକର ଏହା ହେଉଛି 28ତମ ଚଳଚ୍ଚିତ୍ର । ଫିଲ୍ମରେ ପ୍ରମୁଖ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଝିଲିକ ଭଟ୍ଟାଚାର୍ଜୀ, ସ୍ବରାଜ ବାରିକ ଓ ଏଲିନା ସାମନ୍ତରାୟ ଅଛନ୍ତି । ଲୋକଙ୍କୁ ହସାଇବା ପାଇଁ ଫିଲ୍ମରେ ଦର୍ଶକ ହରିଙ୍କୁ ମଧ୍ୟ ଦେଖିବାକୁ ପାଇବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦଶହରାରେ ରିଲିଜ୍ ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ଅଭିନେତା ସ୍ବରାଜ ବାରିକ୍ । ଦୁଇ ଭାଇର ସମ୍ପର୍କକୁ ନେଇ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ସୁଶାନ୍ତ ମଣି ଦେଇଥିବାବେଳେ ପ୍ରଯୋଜନାର ଦାୟିତ୍ବ ତୁଲାଇଛନ୍ତି ଶ୍ରୀତମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details