ଓଡିଶା

odisha

ETV Bharat / city

ନାଟକ ମାଧ୍ୟମରେ ପରିବେଶ ସ୍ୱଚ୍ଛତାର ବାର୍ତ୍ତା

ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ "ଅଳିଆ ଭିତରେ କାଳିଆ" ନାଟକରେ ପରିବେଶ ସ୍ୱଚ୍ଛତାର ବାର୍ତ୍ତା । ନାଟକକୁ ଦର୍ଶକମାନେ ବେଶ ଆଗ୍ରହର ସହ ଉପଭୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 19, 2019, 5:01 AM IST

ଭୁବନେଶ୍ବର: ଆଜିକାଲି ସମାଜରେ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । କେତେକ କୁଆଡେ ଫାଇଲ ତଳେ ଚାପି ହୋଇ ଯାଉଥିବାବେଳେ ଆଉ କେତେକ କେବଳ ଭାଷଣ ବାଜିରେ ତିଷ୍ଠି ରହୁଛି । ପରିବେଶ ସ୍ୱଚ୍ଛ ରଖିବା ପାଇଁ ସମସ୍ତେ ଭାଷଣ ବାଜି କରୁଥିବା ବେଳେ କେବଳ ଲୋକ ଦେଖାଇବାକୁ ସ୍ୱଚ୍ଛତା ଅବଲମ୍ବନ କରୁଥିବା ଅନେକ ସମୟରେ ଦେଖିବାକୁ ମିଳୁଛି । ଏପରିକି ଅନେକ ସ୍ଥାନରେ ପାଖରେ ଅଳିଆ ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ବ୍ୟବସ୍ଥା ଥିବା ସତ୍ତ୍ୱେ ଲୋକମାନେ ସେଥିରେ ନ ପକାଇ ନଳା ଓ ରାସ୍ତାକଡ଼ରେ ପକାଇ ଥାଆନ୍ତି। ସେହିଭଳି ପରିବେଶ ସୁରକ୍ଷା ସମ୍ପର୍କିତ ସଭା ପରେ ସେହିଠାରେ ଲୋକମାନେ ଅନେକାଂଶରେ ପରିବେଶ ପ୍ରଦୂଷଣ ପୂର୍ବକ ଅଳିଆ ଆବର୍ଜନା ଗଦା କରିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ମ୍ୟୁନିସିପାଲିଟିର ଜଣେ କର୍ମଚାରୀ ଏକ ଅଭିନୟ ଉପାୟ ବାହାର କରିଛନ୍ତି । ଜାଣିଶୁଣି ଏକ ଡ୍ରେନ ଭିତରେ ପଶି ସେଠାରୁ ବାହାରି ନ ପାରିବାର ବାହାନା କରିଛନ୍ତି । ଯାହାକି ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତେଣୁ ତାକୁ ଉଦ୍ଧାର କରିବା ପାଇଁ ସରକାରୀ କଳ, ମିଡିଆ ଓ ଜନ ସାଧାରଣ ସମସ୍ତେ ଏକତ୍ରିତ ହୋଇଛନ୍ତି । ତେବେ କେହି ତାଙ୍କୁ ବାହାର କରିବାରେ ସଫଳ ହୋଇ ନାହାଁନ୍ତି । ପରେ ସେହି ମୁଖ୍ୟ ଚରିତ୍ର କାଳିଆ ନିଜେ ନିଜେ ଡ୍ରେନରୁ ବାହାରିବା ସହିତ ଲୋକଙ୍କୁ ଏବେଠାରୁ ପରିବେଶ ପ୍ରତି ସଚେତନ ହେବାକୁ ନିବେଦନ କରିଛନ୍ତି । ଏ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି ରବିନ୍ଦ୍ରମଣ୍ଡପରେ ଏକ ନାଟକ ମାଧ୍ୟମରେ ।

ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ 3 ଦିବସୀୟ ନାଟକ ମହୋତ୍ସବ ସ୍ଥାନୀୟ ରବିନ୍ଦ୍ରମଣ୍ଡପରେ ଆରମ୍ଭ ହୋଇଛି । ଯେଉଁଥିରେ ପ୍ରଥମ ସନ୍ଧ୍ୟାରେ ନାଟକ "ଅଳିଆ ଭିତରେ କାଳିଆ" ମଞ୍ଚସ୍ତ ହୋଇଛି । ଯାହାର ନାଟ୍ୟ ରଚନା ଦିଲ୍ଲୀପ ବଲବନ୍ତରାୟ କରିଥିବାବେଳେ ଏହାର ନିର୍ଦ୍ଦେଶନା ଜଗଦୀଶ ପ୍ରସାଦ ମହାରଣା ଦେଇଛନ୍ତି । ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ଏହି ନାଟକକୁ ଦର୍ଶକମାନେ ବେଶ ଆଗ୍ରହର ସହ ଉପଭୋଗ କରୁଥିବାବେଳେ ଏଥିରେ ସମାଜର ପ୍ରତିଟି ବ୍ୟବସ୍ଥାର ନିଖୁଣ ଚିତ୍ରକୁ କଳାକାରମାନେ ଉପସ୍ଥାପିତ କରିଥିବା ସନ୍ଧ୍ୟାର ଅତିଥିମାନେ ପ୍ରକାଶ କରିଛନ୍ତି ।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details