ଭୁବନେଶ୍ବର: ସହରର ସ୍ବଚ୍ଛତାକୁ ଆଉ ପାଦେ ଆଗେଇ ନେବା ପାଇଁ ଆରମ୍ଭ ହେଲା ସ୍ୱଚ୍ଛତା ମାସ । ପ୍ରୋ ପାୱାର ସ୍ୱିପିଂ କମ୍ପାନୀ, ଲାୟନ୍ସ ଓ ବିଏମସିର ମିଳିତ ଆନୁକୂଲ୍ୟରେ ଜୁନ ୫ତାରିଖ ଠାରୁ ଜୁଲାଇ ୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ସ୍ୱଚ୍ଛତା ମାସ ପାଳନ କରାଯାଉଛି । ଏହି ଅବସରରେ ଆଜି(ବୁଧବାର) ସିଆରପି ଛକରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ଦୋକାନରୁ ହେଉ ଅଥବା ଘରୁ ବାହାରୁଥିବା ଅଳିଆ ଓ ବର୍ଜ୍ୟବସ୍ତୁକୁ ଏଣେତେଣେ ନ ଫୋପାଡି ଅଳିଆପାତ୍ର ବା ଡଷ୍ଟବିନରେ ପକାଇବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ପଲିଥିନ ନିଷିଦ୍ଧ ଘୋଷଣା ସତ୍ତ୍ୱେ ଏହାର ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତ BMC ମେୟର ।