ଓଡିଶା

odisha

ETV Bharat / city

ସ୍ବଚ୍ଛ ସର୍ବେକ୍ଷଣ 2020: ପଛରେ ପଡିଲା ଭୁବନେଶ୍ବର - ସ୍ବଚ୍ଛ ସର୍ବେକ୍ଷଣ 2020

ଦେଶର ସ୍ବଚ୍ଛ ସର୍ବେକ୍ଷଣ 2020 ରିପୋର୍ଟ ଅନୁସାରେ ଭୁବନେଶ୍ବର 133 ନମ୍ବର ସ୍ଥାନରେ ରହିଛି । ଫଳରେ ବିଏମସି ଦେଖିଥିବା ସ୍ବପ୍ନ ଅଧାରେ ରହିଥିବା କୁହାଯାଉଛି । ଅଧିକ ପଢନ୍ତୁ...

ସ୍ବଚ୍ଛ ସର୍ବେକ୍ଷଣ 2020: ପଛରେ ପଡିଲା ଭୁବନେଶ୍ବର
ସ୍ବଚ୍ଛ ସର୍ବେକ୍ଷଣ 2020: ପଛରେ ପଡିଲା ଭୁବନେଶ୍ବର

By

Published : Aug 21, 2020, 7:07 PM IST

Updated : Aug 22, 2020, 12:29 PM IST

ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣ 2020 ଟ୍ରାକରେ ପଛରେ ପଡିଲା ଭୁବନେଶ୍ବର । ଅଧାରେ ରହିଗଲା ବିଏମସିର ସ୍ବପ୍ନ । ବ୍ରହ୍ମପୁର, ରାଉରକେଲା, ବାରିପଦା ଓ କଟକ ଠାରୁ ସ୍ବଚ୍ଛତା କ୍ଷେତ୍ରରେ ପଛରେ ପଡିଗଲା ରାଜଧାନୀ । ଦେଶରେ ଶୀର୍ଷ ସ୍ଥାନରେ ରହିବାକୁ ସ୍ବପ୍ନ ଦେଖୁଥିବା ବିଏମସି ରାଜ୍ୟରେ ପଞ୍ଚମ ସ୍ଥାନରେ ସୀମିତ ରହିଛି । 6ହଜାର ମାର୍କରୁ 2257.64 ମାର୍କ ପାଇ ଦେଶରେ 233 ର୍ୟାଙ୍କରେ ରହିଛି ଭୁବନେଶ୍ବର ।

ସ୍ବଚ୍ଛତା ଦିଗରେ କାମ କରିବା ପାଇଁ ଭୁବନେଶ୍ବରରେ ଅନେକ ସ୍ବଚ୍ଛ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିଲାଗି ବର୍ଷକୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ସବୁଠୁ ଅଧିକ ସଫେଇ କର୍ମଚାରୀ କାମ କରୁଛନ୍ତି । ଯାନ୍ତ୍ରିକ ସଫେଇ ମଧ୍ୟ ହେଉଛି । ହେଲେ ଏହାର ସୁଫଳ ଦେଖାଯାଉନାହିଁ ।

ବିଏମସି ପକ୍ଷରୁ ଇ-ଟଏଲେଟ, ମୁଁ ସଫେଇବାଲା କ୍ୟାମ୍ପେନ, ଅଣ୍ଡର ଗ୍ରାଉଣ୍ଡ ଡଷ୍ଟବିନ, ସେପ୍ଟେଜ ପ୍ଲାଣ୍ଟ, ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର, ଏମଆରଏଫ ,ମ୍ୟାଟେରିଆଲ ରିକଭରି ଫାସିଲିଟି, ସୁଲଭ ଶୌଚାଳୟ, ରୋଡ ସ୍ବିପିଙ୍ଗ, 3ଟି ଘରୋଇ ଏଜେନ୍ସିଙ୍କ ଦ୍ବାରା ଘରୁ ଘରୁ ଅଳିଆ ସଂଗ୍ରହ କରାଯାଉଛି । ହେଲେ ଏତେ ସବୁ ପରେ ବି ର୍ୟାଙ୍କରେ ଆଗକୁ ନଆସିବା, ବିଏମସିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଖାଲି କାଗଜ କଲମରେ ହିଁ ସବୁ କାମ ହେଉଥିବାର ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଛି ।

ସ୍ବଚ୍ଛ ସର୍ବେକ୍ଷଣ 2020: ପଛରେ ପଡିଲା ଭୁବନେଶ୍ବର

ତେବେ 4242 ସହରକୁ ନେଇ ହେଉଥିବା ଏହି ସ୍ବଚ୍ଛ ସର୍ବେକ୍ଷଣରେ ଗତବର୍ଷ ଅପେକ୍ଷା ଭଲ କରିଛି ସ୍ମାର୍ଟସିଟି । ତଥ୍ୟ ଅନୁସାରେ, 2017 ମସିହାରେ 94 ସ୍ଥାନରେ ଭୁବନେଶ୍ବର ଥିବାବେଳେ 2018 ମସିହାରେ 218 ଓ 2019 ମସିହାରେ 288 ସ୍ଥାନରେ ରହିଥିଲା ରାଜଧାନୀ । ଚଳିତ ବର୍ଷ ଉପରକୁ ଉଠିଛି ସହର । ଯାହାକୁ ଏକ ସଫଳତା ଦର୍ଶାଇ ଆଶ୍ବସ୍ତି ଲାଭ କରୁଛି ବିଏମସି ।

ସେହିପରି ଅନେକ ପ୍ରକଳ୍ପ କାମ ଚାଲିଛି । ଏହା ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ବର ଜାତୀୟ ମାନ୍ୟତା ପାଇବ ବୋଲି ଆଶା ଦେଇଛନ୍ତି ବିଏମସି କମିଶନର ।

ହେଲେ ଏଠି ପ୍ରଶ୍ନ ଉଠୁଛି । ଯଦି ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ସହରର ଏଭଳି ଅବସ୍ଥା । ତାହେଲେ ଏଥିପାଇଁ ଦାୟୀ କିଏ ? କାହିଁକି ବ୍ରହ୍ମପୁର, ରାଉରକେଲା, ବାରିପଦା ଓ କଟକଠାରୁ ବି ପଛରେ ପଡିଲା ଭୁବନେଶ୍ବର ? ପ୍ରକୃତରେ କାର୍ଯ୍ୟ ହେଉଛି ନା କାଗଜ କଲମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ?

ସୂଚନାଥାଉକି, ଜାତୀୟସ୍ତରରେ ସ୍ବଚ୍ଛତାକୁ ନେଇ ଦ୍ରୁତ ବିକଶିତ ରାଜ୍ୟ ଭାବେ ଓଡିଶା ପ୍ରଥମ ପୁରସ୍କାର ହାସଲ କରିଛି । ବ୍ରହ୍ମପୁର ମହାନଗର ନିଗମକୁ ଅଭିନବ ଯୋଜନା କାର୍ଯ୍ୟକାରୀ ନିମନ୍ତେ ପୁରସ୍କୃତ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Aug 22, 2020, 12:29 PM IST

ABOUT THE AUTHOR

...view details