ଓଡିଶା

odisha

ETV Bharat / city

ମୃତ୍ୟୁର ଟେର ପାଉନି ପୋଲିସ, ଥାନାରେ ରଖୁନାହାଁନ୍ତି ଅଭିଯୋଗ - ମୃତ୍ଯୁର ଟେର ପାଉନି ପୋଲିସ

ହତ୍ୟା ନା ଆତ୍ମହତ୍ୟା ମାମଲାର ଫର୍ଦ୍ଦାଫାସ କରିବାକୁ କମିସନରେଟ ପୋଲିସ ଦାୟିତ୍ବ ଭୁଲିଯାଉଛି । ନିଜ ଦାୟିତ୍ବ ତୁଲାଇବାକୁ ସଙ୍କୋଚ କରି ପରିବାର ଲୋକଙ୍କଠୁ ହତ୍ୟା ଅଭିଯୋଗ ଗ୍ରହଣ କରୁନି କି ହତ୍ୟା ମାମଲାରେ ତଦନ୍ତ କରୁନି । ଅଧିକ ଖବର ପଢନ୍ତୁ...

ମୃତ୍ଯୁର ଟେର ପାଉନି ପୋଲିସ, ହତ୍ଯା ଅଭିଯୋଗ ଥାନାରେ ଗ୍ରହଣ ହେଉନି
ମୃତ୍ଯୁର ଟେର ପାଉନି ପୋଲିସ, ହତ୍ଯା ଅଭିଯୋଗ ଥାନାରେ ଗ୍ରହଣ ହେଉନି

By

Published : Nov 2, 2020, 9:59 AM IST

ଭୁବନେଶ୍ବର: ସନ୍ଦେହଜନକ ମୃତ୍ୟୁର କାରଣ ଖୋଜିବା ପୋଲିସର ଦାୟିତ୍ବ । ହେଲେ ଏଠି ଅଫିସରଙ୍କୁ ଲ ଆଣ୍ଡ ଅର୍ଡରରୁ ଫୁରସତ ମିଳୁନି କି ତଦନ୍ତ ପାଇଁ ସମୟ ନାହିଁ । ଫଳରେ ଅନେକ ମାମଲା ଏବେ ଥାନାରେ ଗଦା ହୋଇଛି । ହେଲେ ନ୍ୟାୟ ପାଇବା ଆଶାରେ ଦୌଡୁଥିବା ଲୋକଟିକୁ ନ୍ୟାୟ ନମିଳିବାରୁ ନୟାନ୍ତ ହୋଇଗଲାଣି । ଯାହାର ଜ୍ବଳନ୍ତ ଉଦାହରଣ ଗତ ୨୭ ତାରିଖରେ ନୟାପଲ୍ଲୀ ଥାନା ଅଞ୍ଚଳରୁ ୟୁନିଟ ୮ ରୁ ମିଳିଥିବା ରବିନ୍ଦ୍ର ସାହୁ ମୃତଦେହକୁ ନେଇ ପ୍ରଶ୍ନ ଉଠିଛି ।

ମୃତ୍ଯୁର ଟେର ପାଉନି ପୋଲିସ, ଥାନାରେ ଗ୍ରହଣ ହେଉନି ହତ୍ଯା ଅଭିଯୋଗ

ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ମିଳିଥିବା ମୃତଦେହର ଘରର ଦ୍ବାର ମୁହଁର ଉପରେ ରହିଛି ୪ ଫୁଟର ଫାଙ୍କ । ମୃତ ରବିନ୍ଦ୍ରଙ୍କର ବେକରେ ଦୁଇଟି ଭିନ୍ନ ଭିନ୍ନ ଦାଗ ଓ ରକ୍ତର ଚିହ୍ନ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ସତ ହେଲେ ପରିବାର ଲୋକଙ୍କ ହତ୍ୟାର ଏଫଆଇଆର ଗ୍ରହଣ କରୁନି । ପରିବାର ଲୋକଙ୍କ ଅଭିଯୋଗ ପୁଅକୁ ହତ୍ୟା କରି ଟଙ୍ଗାଇ ଦିଆଯାଇଛି ।

ଘର ଭିତରେ ବନ୍ଦ କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ହୋଇଛି । ହତ୍ୟା ନା ଆତ୍ମହତ୍ୟାର ଫର୍ଦ୍ଦାଫାସ କରିବା କମିସନରେଟ ପୋଲିସ ଦାୟିତ୍ବ ଭୁଲିଯାଉଛି । ନିଜ ଦାୟିତ୍ବ ତୁଲାଇବାକୁ ସଂଙ୍କୋଚ କରି ପରିବାର ଲୋକଙ୍କଠୁ ହତ୍ୟା ଅଭିଯୋଗ ଗ୍ରହଣ କରୁନି କି ହତ୍ୟା ମାମଲାରେ ତଦନ୍ତ କରୁନି । ପ୍ରତ୍ୟେକ ଦିନ ମିଳୁଥିବା ମୃତଦେହ ପରି ପୋଷ୍ଟମର୍ଟମ ସାରି ମର ଶରୀରର ସଂସ୍କାର ପାଇଁ ପରିବାରକୁ ହସ୍ତାନ୍ତର କରି ଚୁପ ବସି ଯାଉଛି । ସତେ ଯେମିତି ତଦନ୍ତ ପୋଲିସ ପାଇ ଅଡୁଆ ସୃଷ୍ଟି ହେଉଛି ସେଥିପାଇଁ ଅଭିଯୋଗ ଗ୍ରହଣ କରୁନି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ଏପଟେ ପୋଲିସ ପକ୍ଷରୁ ଉତ୍ତର ପାଇବା ପାଇଁ ସତେ ଯେପରି ବ୍ୟବସ୍ଥିତ ହୋଇଥିବା କମିସନରଙ୍କ କାର୍ଯ୍ୟାଳୟଠୁ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ଅଫିସରଙ୍କ ମୁହଁରେ ତାଲା ଲାଗିଛି। କାରଣ ଯେଉଁଠି ଛାତିଥରା ପେଟ୍ରୋଲ ପମ୍ପ ବିସ୍ଫୋରଣ ଭଳି ଘଟଣା ୨୫ ଦିନ ପରେ ବି ଅବହେଳାକାରିଙ୍କ ବିଷୟରେ ସୁରାକଟିଏ ମିଳୁନି। ଘର ସାମ୍ନାରେ ଅଳିଆ ପକାଇଲେ ଅଭିଯୋଗ କଲେ ପୋଲିସ କାର୍ଯାନୁଷ୍ଠାନର ନାରା ଦେଇଥିବା ପୋଲିସ କମିସନରଙ୍କ ପାଖରେ ଏହାର ଉତ୍ତର ନାହିଁ ।

ତେବେ ଏଭଳି ଭରସା ଯୋଗ୍ୟ ପ୍ରତିଷ୍ଠାନର ନାରା ଦେଉଥିବା ବରିଷ୍ଠ ଅଫିସରଙ୍କ ଅଭିଯୋଗ ପ୍ରକୋଷ୍ଠରେ କମିସନରଙ୍କ ଦେଖାମିଳୁନି । ନିଜର ହିତାହିତ ଜ୍ଞାନ ଭୁଲି ୫ଟିର ଡିଣ୍ଡିମ ପିଟୁଥିବା ଅଫିସର କାହିଁକି ଚୁପ ରହୁଛନ୍ତି। ଯାହାର ଜବାବ ପରିବାର ଲୋକେ ପୋଲିସ କମିସନରଙ୍କୁ ପଚାରୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details