ଓଡିଶା

odisha

ETV Bharat / city

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ଫୋନ ମିଳିଲା, ସସ୍‌ପେନ୍ସ ଜାରି - ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସ୍‌ପେନ୍ସ

ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବାପରେ ତାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସ୍‌ପେନ୍ସ । ମୃତ୍ୟୁ ପୂର୍ବରୁ ପୂର୍ବରୁ ଦୁଇଟି ଫୋନରେ ଅନେକ ଗୁମର ଥିବା ଫେସବୁକରେ କହିଛନ୍ତି । ତେବେ କଣ ସେ ଗୁମର ଓ କିପରି ତାଙ୍କର ମୃତ୍ୟୁ ହେଲା ସେନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ଫୋନ ମିଳିଲା, କିନ୍ତୁ ସସ୍‌ପେନ୍ସ ଜାରି
ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ଫୋନ ମିଳିଲା, କିନ୍ତୁ ସସ୍‌ପେନ୍ସ ଜାରି

By

Published : Sep 24, 2022, 9:26 PM IST

ଭୁବନେଶ୍ବର: ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ସେ କଣ ପାଇଁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ମୃତ୍ୟୁ ପୂର୍ବରୁ ସେ ଦୁଇଟି ଫୋନରେ ଅନେକ ଗୁମର ଥିବା ଫେସବୁକରେ ଭିଡିଓ ମାଧ୍ୟମରେ କହିଥିଲେ । ଏନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରିବ ପୋଲିସ । ତେବେ ଧର୍ମେନ୍ଦ୍ରଙ୍କ ଘର ପାଖରୁ ୨ଟି ଫୋନ୍ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ଫୋନ ମିଳିଲା, କିନ୍ତୁ ସସ୍‌ପେନ୍ସ ଜାରି

ସସ୍‌ପେନ୍ସରେ ଶେଷ ପୋଷ୍ଟ

ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ଶେଷ ପୋଷ୍ଟ କରିଥିଲେ, ଯେଉଁଥିରେ କି ଦୁଇଟି ଫୋନରେ ସବୁ ଭିଡିଓ ରହିଛି ଓ ତାକୁ ଲୋକ ଲୋଚନକୁ ଆଣିବା ନେଇ ସେ ଲେଖିଛନ୍ତି । ସେ ଦୁଇଟି ଫୋନରେ ଏମିତି କଣ ରହିଛି, ତାହାକୁ ନେଇ ଏବେ ସସ୍‌ପେନ୍ସ ବଢିଛି । ତେବେ ସେ ୨ଟି ଫୋନ ମିଳିବା ପରେ ସସ୍‌ପେନ୍ସ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ସସପେନ୍ସ ବଢାଇଲା ଫେସବୁକ ପୋଷ୍ଟ

ସମୀର ଦାସ କହି ପାରିବେ !

ଧର୍ମେନ୍ଦ୍ରଙ୍କ ରାଜନୈତିକ ବିବାଦରୁ ପାରିବାରିକ ଝଡ଼ ଆରମ୍ଭ ହୋଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ରଙ୍କ ଶ୍ବଶୁର । ସେ କହିଛନ୍ତି ଯେ, "ତାଙ୍କର କୌଣସି ରାଜନୈତିକ ସଂଗଠନ ନଥିଲା । ତେବେ କଣ ପାଇଁ ତାଙ୍କୁ ଟିକେଟ ମିଳିଲା ସେ କଥା ସମୀର ଦାସ କହି ପାରିବେ । ସେହିଭଳି ନିର୍ବାଚନ ଲଢ଼ିବା ପାଇଁ ସେ ଟଙ୍କା କେଉଁଠୁ ଆଣିଲେ ତାହାର ମଧ୍ୟ ତଦନ୍ତ ହେବା ଉଚିତ ।" ତେବେ ଏନେଇ ସମୀର ଦାସଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହି ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ।

ରାତିରେ କିଏ ଆସିଥିଲା?

ଧର୍ମେନ୍ଦ୍ର ରହୁଥିବା ଭୁବନେଶ୍ବର ଶିଶୁପାଳଗଡ଼ସ୍ଥିତ ନିଜ ଘର ପ୍ଲଟ ନମ୍ବର ୩୯୯୮ ହରି ଭବନରେ ଥିବା ଦୁଇଟି ସିସିଟିଭିର କିଛି ଦୃଶ୍ୟ ସାମ୍ନାକୁ ଆସିବା ପରେ ସସ୍‌ପେନ୍ସ ବଢ଼ିବାରେ ଲାଗିଛି । ରାତି ପ୍ରାୟ ସାଢେ ୧୨ଟା ସମୟରେ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଗ୍ରୀଲରେ ଚଢି ପୁଣି କିଛି ସମୟ ପରେ ଓହ୍ଲାଇଥିବା ଏହି ଦୃଶ୍ୟରେ ଜଣା ପଡ଼ୁଛି । କିନ୍ତୁ ଧର୍ମେନ୍ଦ୍ରଙ୍କ ମୃତଦେହ ଗାମୁଛା ଓ ଗଞ୍ଜି ପିନ୍ଧା ଅବସ୍ଥାରେ ମିଳିଛି । ତେଣୁ ଏହି ପ୍ୟାଣ୍ଟ ସାର୍ଟ ପିନ୍ଧା ବ୍ୟକ୍ତି ଧର୍ମେନ୍ଦ୍ର ନୁହଁନ୍ତି । ତେବେ କିଏ ଏହି ବ୍ୟକ୍ତି ? ଘରେ ଧର୍ମେନ୍ଦ୍ର ଏକାକୀ ଥିବାବେଳେ ବିଳମ୍ବିତ ରାତିରେ କଣ ପାଇଁ ସେ ଆସିଥିଲେ? ଏନେଇ ଅନେକ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details