ଭୁବନେଶ୍ବର: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କୋରୋନା ଭାଇରସ ଭୁବନେଶ୍ବରରେ ଚିହ୍ନଟ ଘଟଣାକୁ ଗୁଜବ କହିଲା ଆମ୍ରି ହସ୍ପିଟାଲ । ସୋସିଆଲ ମିଡିଆରେ ଆମ୍ରି ହସ୍ପିଟାଲର ଜଣେ ରୋଗୀଙ୍କ ରିପୋର୍ଟରେ କୋରେନା ଚିହ୍ନଟ ଖବର ଘୁରିବୁଲୁଥିବା କଥାକୁ ଖଣ୍ଡନ କରିଛନ୍ତି ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲର ଚିଫ ମେଡିକାଲ ସୁପରିଟେଣ୍ଡଣ୍ଟ ମନିଷ କୁମାର ।
ବିଜୟ କୁମାର ନାମକ ଜଣେ ରୋଗୀଙ୍କ ରିପୋର୍ଟରେ କୋରୋନା ଭାଇରସ ଟେଷ୍ଟରେ ପଜେଟିଭ ଆସିଥିବା ଖବର ନେଇ ଲୋକେ ଆତଙ୍କିତ ଥିବାବେଳେ ରିପୋର୍ଟକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ହସ୍ପିଟାଲର ଚିଫ ମେଡିକାଲ ସୁପରିଟେଣ୍ଡଣ୍ଟ ।