ଭୁବନେଶ୍ବର:ବିସିସିଆଇର ୧୯ ବର୍ଷରୁ କମ୍ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ପାଇଁ ଚୟନ ହେଲେ ସୁଶୀଲ କୁମାର ବାରିକ । ଲଗାତାର ଦମଦାର୍ ପ୍ରଦର୍ଶନ ବଳରେ ଏହି ଉପଲବ୍ଧି ହାସଲ କରିଛନ୍ତି ସୁଶୀଲ । କନିଷ୍ଠ ବର୍ଗରେ ଜଣେ ଅଲରାଉଣ୍ଡର ଭାବରେ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି ସୁଶୀଲ ।
ସଦ୍ୟ ସମାପ୍ତ ହୋଇଥିବା ୧୯ ବର୍ଷରୁ କମ ଭିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିଥିଲା । ଦଳ ଟୁର୍ଣ୍ଣାମେଣ୍ଟରେ ଗ୍ରୁପ୍ -ଏ ପର୍ଯ୍ୟାୟରେ ଦୁଇଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ଦୁଇଟି ମ୍ୟାଚରେ ପରାଜିତ ହୋଇଥିଲା । ବିଜୟ ହୋଇଥିବା ଦୁଇଟି ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ ସୁଶୀଲ । ବୋଲିଂ ସହ ଲୋୟର ଅର୍ଡରରେ ବ୍ୟାଟିଂ ଆସି ରନ୍ ସଂଗ୍ରହ କରିବାରେ ସେ ସକ୍ଷମ ହୋଇଥିଲେ ।