ଓଡିଶା

odisha

By

Published : Mar 27, 2022, 4:14 PM IST

ETV Bharat / city

ପୌର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ

ପୌର ନିର୍ବାଚନରେ କଂଗ୍ରେସ ଅମାନତ ହରାଇବା ପରେ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ

ପୌର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ
ପୌର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ

ଭୁବନେଶ୍ବର: ପୌର ନିର୍ବାଚନରେ କଂଗ୍ରେସ ଅମାନତ ହରାଇବା ପରେ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ତଥା ବରିଷ୍ଠା କଂଗ୍ରେସ ନେତା ସୁର ରାଉତରାୟ । 2024ରେ କଂଗ୍ରେସ ଆସିବ । କଂଗ୍ରେସ କେବେ ପଛାଇ ନାହିଁ କି ପଛାଇବ ନାହିଁ । ସହରକୁ ସୁନ୍ଦର କରି ଗଢି ତୋଳିବାର କାମ କରିବ ।

ପୌର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଅମଳରେ ବହୁତ ଥର ହାର ଜିତ ହୋଇଛି । କଂଗ୍ରେସ କେବେ ପଛାଇ ନାହିଁ କି ପଛାଇବ ନାହିଁ । ନୂଆ ନୂଆ ଯୁବକର୍ମୀ ଯୋଗଦାନ କରିଛନ୍ତି, କଂଗ୍ରେସ 2024 ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ସହ ନବ ନିର୍ବାଚିତ ମେୟର ଓ କର୍ପୋରେଟରମାନଙ୍କୁ ଶୁଭେଚ୍ଛା ଦେବା ସହ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ କହିଛନ୍ତି ବିଧ୍ୟାୟକ ସୁର ରାଉତରାୟ ।

ତେବେ ପୌର ନିର୍ବାଚନରେ ଅମାନତା ହରାଇଛି କଂଗ୍ରେସ । ପୌର ନିର୍ବାଚନରେ ପୁଣି ଭୋଟରଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଜେଡି । ପଞ୍ଚାୟତ ପରେ ପୌର ନିର୍ବାଚନରେ ପୁଣି ଜଲ୍‌ୱା ଦେଖାଇଛି ବିଜେଡି । ପଞ୍ଚାୟତ ନିର୍ବାଚନ ପରେ ପୌର ଫଳାଫଳ ମଧ୍ୟ କଂଗ୍ରେସ ପାଇଁ ହତାଶା ଓ ନିରାଶା ଆଣିଦେଇଛି ।

ରାଜଧାନୀରେ 67ଟି ଆସନରୁ ଗୋଟିଏ ବି ଦଖଲ କରି ପାରିଲା ନାହିଁ କଂଗ୍ରେସ । କଟକରେ ଯଦିଓ ବିଜେଡ଼ି ସହ କଡା ଟକ୍କର ଦେଇଥିଲା, ହେଲେ କଂଗ୍ରେସ ଶେଷରେ ପରାଜୟ ବରଣ କରି ଦ୍ୱିତୀୟ ସ୍ଥାନରେ ରହିଲା । ସେହିଭଳି ବ୍ରହ୍ମପୁର ମହାନଗର ନିଗମର ଅବସ୍ଥା ଆହୁରି ସାଙ୍ଘାତିକ । ଆପ୍ ଠାରୁ ବି ପଛରେ ପଡିଗଲା କଂଗ୍ରେସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details