ଭୁବନେଶ୍ବର: ଗତକାଲି (ଶୁକ୍ରବାର) ପୁରୀ ରେଳ ଷ୍ଟେସନର ନାଁ ପରିବର୍ତ୍ତନ କରିବା ଦାବିରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଜଗନ୍ନାଥ ସେନା ପୁରୀ ରେଳ ଷ୍ଟେସନର ନାମ ‘ଶ୍ରୀ ଜଗନ୍ନାଥଧାମ ପୁରୀ’ ରଖିବାକୁ ଦାବି କରିଛି ।
ସମ୍ବିତ ପାତ୍ରଙ୍କୁ କଡା ସମାଲୋଚନା କଲେ ସୁର ଗତକାଲିର ଏହି ଦାବି ବେଳେ ପୁରୀ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ବିକ୍ଷୋଭ ସ୍ଥଳକୁ ଆସି ସମର୍ଥନ କରିବା ସହ ଦାବି ନେଇ ଆଲୋଚନା କରାଯିବ ବୋଲି କହିଥିଲେ ।
ତେବେ ଜଗନ୍ନାଥ ସେନା ବିକ୍ଷୋଭ ପାଇଁ କରିଥିବା ପୋଷ୍ଟରକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । କାରଣ ପୋଷ୍ଟରରେ ମହାପ୍ରଭୁଙ୍କ ନାଁକୁ ଭୁଲ ଭାବେ ଉପସ୍ଥାପନା କରାଯାଇଛି । ଯାହା ଗ୍ରହଣୀୟ ନୁହେଁ ।
ତେବେ ଏହି ପ୍ରସଙ୍ଗକୁ ନେଇ ଆଜି ସମ୍ବିତ ପାତ୍ରଙ୍କୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି ସମ୍ବିତ ପାଗଳ ହୋଇଯାଇଛନ୍ତି । ଶ୍ରୀଜଗନ୍ନାଥଙ୍କ ନାମକୁ କଦର୍ଥ ଓ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କେବେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ସୁର । ସମ୍ବିତଙ୍କୁ ଚେତାଇ ସୁର କହିଛନ୍ତି ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥଙ୍କ ନାମକୁ ନେଇ ସମ୍ବିତ କୌଣସି ଅସମ୍ମାନ ନକରନ୍ତୁ । ନଚେତ ଆନ୍ଦୋଳନ ହେବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ