ଓଡିଶା

odisha

By

Published : Oct 26, 2021, 10:52 PM IST

ETV Bharat / city

ସୌମ୍ୟଙ୍କ ଆଲେଖ୍ୟକୁ ସୁରଙ୍କ ସମର୍ଥନ

ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ଖୋଦ ଶାସକ ଦଳର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ କରିଛି । ଅଧିକ ପଢ଼ନ୍ତୁ...

ସୌମ୍ୟଙ୍କ ଆଲେଖ୍ୟକୁ ସୁରଙ୍କ ସମର୍ଥନ
ସୌମ୍ୟଙ୍କ ଆଲେଖ୍ୟକୁ ସୁରଙ୍କ ସମର୍ଥନ

ଭୁବେନଶ୍ବର:ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ଖୋଦ ଶାସକ ଦଳର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ କରିଛି । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ହୁଲୁସ୍ତୁଲ ହେଉଛି । ଏଭଳି ସମୟରେ ସରକାରୀ ଦଳର ବିଧାୟକଙ୍କ ତେରଛା ବାଣ ରାଜ୍ୟ ସରକାରଙ୍କୁ ଆହୁରି ଅଡ଼ୁଆରେ ପକାଇଛି ।

ସୌମ୍ୟଙ୍କ ଆଲେଖ୍ୟକୁ ସୁରଙ୍କ ସମର୍ଥନ

ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ସୌମ୍ୟଙ୍କ ଲେଖା । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାଁନ୍ତି ସୌମ୍ୟ । ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ । ତେବେ ସୌମ୍ୟଙ୍କ ଏଭଳି ଟିପ୍ପଣୀକୁ ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।


ସୌମ୍ୟଙ୍କ ଲେଖା ଠିକ ଅଛି, ସମୟ କୁ ଲକ୍ଷ୍ୟ କରି ସେ ଏଭଳି ଲେଖିଛନ୍ତି । ରାଜ୍ୟର ବିକାଶରେ ସୌମ୍ୟଙ୍କ ଅବଦାନ ଅତୁଳନୀୟ । ରାଜ୍ୟ ସରକାର ଯେଉଁଭଳି ପରିଚାଳନା କରୁଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ବିଜେଡି ବିଧାୟକ ଏକ ଆଲେଖ୍ୟ ପ୍ରକାଶ ପାଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅହଙ୍କାରୀ ଯାଇଥିବା କଥା ସେ କହିଛନ୍ତି । ଶାସନର ପ୍ରଥମ କିଛି ବର୍ଷ ସବୁ ଠିକ୍‌ ଥିଲା । ହେଲେ ଏହାପରଠୁ ଶାସନ ଚିତ୍ର ବଦଳି ଯାଇଥିବା କଥା କହିଛନ୍ତି ସୌମ୍ୟ । ସୌମ୍ୟଙ୍କ ଏଭଳି ଲେଖା ଏକ ଆଗଧାଡ଼ିର ସମ୍ବାଦ ପତ୍ରରେ ପ୍ରକାଶ ପାଇବା ପରେ ଏବେ ଆଲୋଚନାର ସରବ୍ୟ ପାଲଟିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details