ଓଡିଶା

odisha

ETV Bharat / city

ସୀମା ବିବାଦ ପ୍ରସଙ୍ଗରେ ତାତିଲେ ସୁର, କହିଲେ ‘କେବେ ନିଦରୁ ଉଠିବେ ରାଜ୍ୟ ସରକାର’

ଗତକାଲି ସଂସଦରେ ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଉତ୍ତର ରଖିଥିଲେ ଯେ, ଓଡ଼ିଶାରେ କୌଣସି ସୀମା ବିବାଦ ନାହିଁ । ଏହାପରେ ଓଡ଼ିଶାରେ ଏନେଇ ବିଭିନ୍ନ ଦଳର ପ୍ରତିକ୍ରିୟା ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ...

ସୀମା ବିବାଦ ପ୍ରସଙ୍ଗରେ ତେଜିଲେ ସୁର: କେଉଁ ଦିନ ରାଜ୍ୟ ସରକାର ନିଦରୁ ଉଠିବେ
ସୀମା ବିବାଦ ପ୍ରସଙ୍ଗରେ ତେଜିଲେ ସୁର: କେଉଁ ଦିନ ରାଜ୍ୟ ସରକାର ନିଦରୁ ଉଠିବେ

By

Published : Jul 29, 2021, 9:03 PM IST

Updated : Jul 29, 2021, 10:41 PM IST

ଭୁବନେଶ୍ବର: ସୀମା ବିବାଦକୁ ନେଇ ଓଡିଶାରେ କୌଣସି ସମସ୍ୟା ନଥିବା ଲୋକସଭାରେ ଦର୍ଶାଯାଇଛି । ଏହାକୁ ନେଇ ଏବେ ରାଜ୍ୟରେ ରାଜନୀତି ଜୋର ଧରିଛି । ରାଜ୍ୟର ସୀମାରେ ପାଚେରୀ ନିର୍ମାଣ ଓ ମାଓବାଦୀ କାର୍ଯ୍ୟକଳାପକୁ ନେଇ ବିବାଦ ଅଛି, ନଚେତ ଆଉ କିଛି ସମସ୍ୟା ନଥିବା ରିପୋର୍ଟରେ ଦର୍ଶାଯାଇଛି । ଦେଶର 9ଟି ରାଜ୍ୟରେ ସୀମା ବିବାଦ ଥିବା ବେଳେ ସେଥିରେ ଓଡିଶାର ନାଁ ନାହିଁ । ଅର୍ଥାତ ଓଡିଶାରେ ସୀମା ବିବାଦକୁ ନେଇ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ । ଯାହାକୁ ନେଇ ବିରୋଧୀ ଗର୍ଜିଛନ୍ତି । ପଡୋଶି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗ ରାଜ୍ୟ ସିମାର ୧୦ ଟି ଲେଖାଏଁ ଗାଁକୁ ନିଜ ଅକ୍ତିଆର କରି ସେଠି ଭୋଟ କଲେଣି । ବିଧାନସଭାରୁ ଦାଣ୍ଡ ଦୁଆର ପର୍ଯ୍ୟନ୍ତ ଓଡ଼ିଶାର ସୀମା ବିବାଦକୁ ନେଇ ଚର୍ଚ୍ଚା ଚାଲିଛି । ତଦାରଖ ପାଇଁ ସ୍ବତନ୍ତ୍ର ଟିମ ଗସ୍ତ କରିଛନ୍ତି । ହେଲେ କେନ୍ଦ୍ର ସରକାର ଲୋକସଭାରେ କହୁଛନ୍ତି, ଓଡ଼ିଶାର ସୀମା ବିବାଦ ନାହିଁ । ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କୁ ଏନେଇ ରିପୋର୍ଟ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ସୀମା ବିବାଦ ପ୍ରସଙ୍ଗରେ ତେଜିଲେ ସୁର: କେଉଁ ଦିନ ରାଜ୍ୟ ସରକାର ନିଦରୁ ଉଠିବେ

ସେପଟେ ବିଜେଡି ମୁଖ୍ୟ ଉପଦେଷ୍ଟା ପ୍ରମିଳା ମଲ୍ଲିକ କହିଛନ୍ତି, କେନ୍ଦ୍ର ସରକାର ଆମର କୌଣସି ତଥ୍ୟକୁ ନନେଇ ଉତ୍ତର ପ୍ରଦାନ କରିଛନ୍ତି । ସୀମା ବିବାଦ ଓଡିଶାରେ ଅଛି । ଏହାର ସମାଧାନ ପାଇଁ ରାଜ୍ୟ ସରକାର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆମେ ତଥ୍ୟ ଉପସ୍ଥାପନ କଲେ ବି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ବୋଲି ପ୍ରମିଳା କହିଛନ୍ତି । କେବଳ ବିଜେଡି ସରକାରଙ୍କୁ ହଇରାଣ କରିବା ଆଉ ଓଡିଶା ପ୍ରତି ଅବହେଳା କରିବା ସହ ଓଡିଶାର ସ୍ବାର୍ଥକୁ କେନ୍ଦ୍ର ଅଣଦେଖା କରୁଥିବା ପ୍ରମିଳା ଅଭିଯୋଗ କରିଛନ୍ତି ।

ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଆମେ ଯଦି ଆମ ଦାବି ସଠିକ ଢଙ୍ଗରେ ଉପସ୍ଥାପନା ନ କରିବା ତେବେ ଏହି ଭଳି ସ୍ଥିତି ସୃଷ୍ଟି ହେବ । ଅନ୍ୟ ରାଜ୍ୟ ମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁଛନ୍ତି । ହେଲେ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ସୀମା ବିବାଦ ପ୍ରସଙ୍ଗରେ କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି । ତେଣୁ, ଏଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jul 29, 2021, 10:41 PM IST

ABOUT THE AUTHOR

...view details