ଓଡିଶା

odisha

ETV Bharat / city

‘ମଲ ଖୋଲିଲା, ମନ୍ଦିର ବି ଖୋଲୁ’ - ଓଡିଶା ରାଜ୍ୟ କଂଗ୍ରେସ

ଅଗଷ୍ଟ ମାସ ପାଇଁ ସରକାରଙ୍କ ନିୟମାନୁସାରେ ମଲ ଖୋଲିବା ନେଇ ନିଷ୍ପତ୍ତି ପରେ ମଠ ମନ୍ଦିର ଖୋଲିବାକୁ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ...

‘ମଲ ଖୋଲିଲା , ମଠ ଓ ମନ୍ଦିର ବି ଖୋଲୁ’
‘ମଲ ଖୋଲିଲା , ମଠ ଓ ମନ୍ଦିର ବି ଖୋଲୁ’

By

Published : Aug 1, 2021, 10:53 PM IST

ଭୁବନେଶ୍ବର: ଅଗଷ୍ଟ ମାସ ପାଇଁ କୋଭିଡର ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କଟକଣାକୁ କୋହଳ କରିବା ସହ ସଂଧ୍ୟା ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଛି। ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ମଲ,ସିନେମା ହଲ ,ଦୋକାନ ବଜାର ସବୁ ଖୋଲାଯିବ, ହେଲେ ମଠ ମନ୍ଦିର ଉପରେ କଣ ପାଇଁ ରୋକ ଲଗାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।

‘ମଲ ଖୋଲିଲା , ମନ୍ଦିର ବି ଖୋଲୁ’

ସୁର କହିଛନ୍ତି ମହାମାରୀ କାରଣରୁ ଜୀବନଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି। ସରକାର ସମସ୍ତଙ୍କ ଉପରେ ନଜର ଦେବା କଥା। ମଠ ମନ୍ଦିର ବନ୍ଦ ରହିବା ଫଳରେ ପୂଜାରୀମାନେ ନାନା ସମସ୍ୟାରେ ଅଛନ୍ତି। ତେଣୁ ତୁରନ୍ତ ମନ୍ଦିର ଖୋଲାଯାଉ ବୋଲି ସୁର ଦାବି କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details