ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଓ ଟ୍ରାଫିକ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରେସମିଟ । ପୋଲିସ ଜନ ସାଧାରଣଙ୍କ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଜବରଦସ୍ତ ଖରାପ ବ୍ୟବହାର କରି ଯେଉଁଭଳି ପରିସ୍ଥିତି ସୃଷ୍ଟି କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।
ମାଟ୍ରିକ ପରୀକ୍ଷା ଚାଲିଛି, କିଏ ହସ୍ପିଟାଲ ଯାଉଛି । ଏହି ସମୟରେ ମା ଭଉଣୀ ମାନଙ୍କ ପ୍ରତି ଅତି ଖରାପ ବ୍ୟବହାର କରାଯାଉଛି । ଏହା କଣ ହିଟଲରି ଶାସନ ବୋଲି ପ୍ରଶ୍ନ କରିଛନ୍ତି ସୁର । ଏପରି ଦୁର୍ବବ୍ୟହାର ସହ ସିଷ୍ଟମ ବନ୍ଦ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛି କଂଗ୍ରେସ । ନଚେତ ରାଜ୍ୟବ୍ୟାପୀ ଆରଟିଓ ଅଫିସ ଓ କମିଶନରେଟ ଅଫିସକୁ କଂଗ୍ରେସ ଘେରାଓ କରିବ ବୋଲି ସେ କହିଛନ୍ତି ।