ଭୁବନେଶ୍ବର: କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବଢୁଛି ଅଡୁଆ । ପ୍ରତିବାଦ ସମୟରେ ହିଂସା ଉସୁକାଉ ଥିବା ଅଭିଯୋଗରେ ତନାଘନ ଆରମ୍ଭ କରିଛି ଏଆଇସିସି । ସେପଟେ, ପ୍ରଦୀପଙ୍କ ସପକ୍ଷରେ ଛିଡା ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ପ୍ରଦୀପ ମାଝୀଙ୍କୁ ଧନ୍ୟବାଦ ଦେବା ସହ ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୁଷ୍କର୍ମ ଓ ନିର୍ଯ୍ୟାତନା ବଢି ଚାଲିଛି । ତେଣୁ ସେ ଯାହା କହିଛନ୍ତି ଠିକ୍ । ଏଥିସହ ସୁର କହିଛନ୍ତି, ହିଂସା କଂଗ୍ରେସର ଆଚରଣ ନୁହେଁ ।
ପ୍ରଦୀପଙ୍କ ସ୍ବରରେ ସ୍ବର ମିଶାଇଲେ ସୁର, କହିଲେ ଯାହା କହିଛନ୍ତି ଏକଦମ ଠିକ୍ - କଂଗ୍ରେସ ନେତା ପ୍ରଦୀପ ମାଝୀ
କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଅଡୁଆ ବଢୁଥିବାବେଳେ ସପକ୍ଷରେ ବାହାରିଲେ ସୁର ରାଉତରାୟ । ଅଧିକ ପଢନ୍ତୁ...
କଂଗ୍ରେସ ନେତା ପ୍ରଦୀପଙ୍କୁ ସୁରଙ୍କ ଧନ୍ୟବାଦ
ଗତକାଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁରରେ ବନ୍ଦ ପାଳନ କରାଯାଇଥିଲା । ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଡାକରାରେ ବନ୍ଦ କରାଯାଇଥିବା ବେଳେ,ନିଜ କର୍ମୀଙ୍କୁ ଫୋନ ଯୋଗେ ସେ ଏକ ବିବାଦୀୟ ବୟାନ ଦେଇ କହିଥିଲେ 'ପେଟ୍ରୋଲ ଡିଜେଲ ରଖ, କହିଲେ ଜାଳିବ' ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ