ଭୁବନେଶ୍ବର:କଂଗ୍ରେସ ଭବନରେ ଭୋଜିଭାତ କରି ଅଡୁଆରେ ପଡିଛନ୍ତି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ଏନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବା ପରେ ପ୍ରତିକ୍ରିୟା ଦେଇ ସୁର ରାଉତରାୟ ଏହାକୁ ପ୍ରତ୍ୟାଖାନ କରିବା ସହ ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଏ ଫାଲତୁ କଥାରେ କାହିଁକି ମାତୁଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ମୋ ଉପରେ ୫୦୦ ଟଙ୍କା ଫାଇନ କରିଥିଲେ । ଆମେ କଂଗ୍ରେସ ଭବନରେ ଡାକ୍ତର, ପୋଲିସ ସାମ୍ବାଦିକ ଆଦି କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲୁ , ଭୋଜିଭାତ ହୋଇନି, ପୁରୁଣା ଭୋଜିଭାତ ଫୋଟ ଦେଖାଉଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ ।