ଓଡିଶା

odisha

ETV Bharat / city

‘ଅଗାଡ଼ି ପଡିବେ ବାଦ, ଉପକୃତ ହେବେ ପ୍ରକୃତ ଚାଷୀ’

ଚଳିତ ଖରିଫରେ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଓ ଏହାର ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି । ଏକ ନିର୍ଭୁଲ ଚାଷୀ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Supply minister Ranendrapratap Swain
ଅଗାଡ଼ି ପାରିବେ ବାଦ, ଉପକୃତ ହେବେ ପ୍ରକୃତ ଚାଷୀ:- ମନ୍ତ୍ରୀ

By

Published : Aug 13, 2021, 6:47 PM IST

ଭୁବନେଶ୍ବର:ଚଳିତ ଖରିଫରେ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଓ ଏହାର ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି । ଏକ ନିର୍ଭୁଲ ଚାଷୀ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧାନଚାଷ ଯାଞ୍ଚ ଲାଗି ଚଳିତ ବର୍ଷ ବିଭାଗ ପକ୍ଷରୁ ଓରସାକ ସହାୟତାରେ ସାଟେଲାଇଟ୍‌ ଇମେଜକୁ ବ୍ୟବହାର କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ଫଳରେ ପ୍ରକୃତ ଚାଷୀ ଲାଭବାନ ହେବା ସହ ଅଯୋଗ୍ୟ ହିତାଧିକାରୀ ବାଦ ପଡିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଅଗାଡ଼ି ପାରିବେ ବାଦ, ଉପକୃତ ହେବେ ପ୍ରକୃତ ଚାଷୀ:- ମନ୍ତ୍ରୀ

ନିର୍ଭୁଲ ଚାଷୀ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦିଗରେ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଚାଷୀ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ପ୍ଲଟ୍‌ରେ ଧାନଚାଷ କରାଯାଇଛି କି ନାହିଁ, ସେ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରିବା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି । ଚଳିତ ବର୍ଷ ବିଭାଗ ପକ୍ଷରୁ ଓଡ଼ିଶା ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର (ଓରସାକ) ସହାୟତାରେ ସାଟେଲାଇଟ୍‌ ଇମେଜକୁ ବ୍ୟବହାର କରାଯାଉଛି । ଏହାକୁ ଚଳିତ ଖରିଫରେ ପାଇଲଟ ପ୍ରକଳ୍ପ ଭାବରେ ୭ଟି ଜିଲ୍ଲାରେ ଉପଯୋଗ କରାଯାଉଛି । ସାଟେଲାଇଟରୁ ଉତ୍ତୋଳିତ ଫଟୋଚିତ୍ରର ବିଶ୍ଳେଷଣ ମାଧ୍ୟମରେ ଧାନ ଚାଷ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହରେ ସହାୟକ ହୋଇପାରୁଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସାଟେଲାଇଟ ମାଧ୍ୟମରେ ଉତ୍ତୋଳିତ ହେଉଥିବା ହାଇ ରିଜୋଲ୍ୟୁସନ ଫଟୋଚିତ୍ରକୁ ରାଜସ୍ବ ବିଭାଗର କାଡାଷ୍ଟ୍ରାଲ ମ୍ୟାପ୍‌ ଓ ଜମିପଟ୍ଟା ସହିତ ଜିଓ ରେଫରେନ୍‌ସିଂ ମାଧ୍ୟମରେ ମେଳ କରାଯାଇ ଧାନଚାଷ ସମ୍ବନ୍ଧିତ ପ୍ଲଟ ଯାଞ୍ଚ କରାଯାଉଛି । ଏଥିସହିତ ଅନ୍ୟ ପ୍ଲଟ୍‌ଗୁଡ଼ିକରେ ରାଜସ୍ବ, ଜଳସମ୍ପଦ ଓ କୃଷି ବିଭାଗର ଅଧିକାରାୀଙ୍କ ଦ୍ବାରା ଯୁଗ୍ମ କମିଟି ଦ୍ବାରା ଚାଷ ଜମିର ଯାଞ୍ଚ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି ।

ଅଗଷ୍ଟ ୧୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୭ ଲକ୍ଷ ୭୨ ହଜାର ୫୪୪ ଜଣ ଚାଷୀ ଖରିଫ ଧାନ ବିକ୍ରୀ ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି । ଚଳିତ ଖରିଫରେ ଧାନ ବିକ୍ରୀ ନିମନ୍ତେ ଇଚ୍ଛୁକ ଚାଷୀଙ୍କୁ ନୂତନ ଭାବେ ସେମାନଙ୍କ ନାମ ନିକଟସ୍ଥ ସୋସାଇଟିରେ କରିବା ଆବଶ୍ୟକ । ଚାଷୀମାନେ ଯେପରି ସୁବିଧାରେ ନାମ ପଞ୍ଜୀକରଣ କରିପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସୋସାଇଟିରେ ହେଲ୍ପଡେସ୍କର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details