ଓଡିଶା

odisha

ETV Bharat / city

ବିନା ହେଲମେଟରେ ବୁଲୁଥିଲେ ବାବୁସାନ, ଘରକୁ ଗଲା ଟ୍ରାଫିକ ଚାଲାଣ - ବାବୁସାନଙ୍କ ନାଁ ରେ ଟ୍ରାଫିକ ଚାଲାଣ

ଓଲିଉଡ ଅଭିନେତା ବାବୁସାନଙ୍କୁ ଟ୍ରାଫିକ ଛାଟ । ବିନା ହେଲମେଟରେ ଗାଡି ଚଳାଉଥିବାରୁ ବାବୁସାନଙ୍କ ବିରୋଧରେ ହଜାରେ ଟଙ୍କା ଚାଲାଣ କାଟିଛି ଟ୍ରାଫିକ ପୋଲିସ ।

traffic rule violate
ବିନା ହେଲମେଟରେ ବୁଲୁଥିଲେ ବାବୁସାନ, ଘରକୁ ଗଲା ଟ୍ରାଫିକ ଚାଲାଣ

By

Published : Dec 19, 2019, 2:29 AM IST

ଭୁବନେଶ୍ବର: ଓଲିଉଡ ଅଭିନେତା ବାବୁସାନଙ୍କୁ ଟ୍ରାଫିକ ଛାଟ । ବୁଧବାର ସନ୍ଧ୍ୟାରେ ବାବୁସାନ ବା ତନ୍ମୟ ମହାନ୍ତି ନିଜ ବାଇକରେ କଳିଙ୍ଗ ନଗର ଅଞ୍ଚଳରେ ଯାଉଥିଲେ। ହେଲେ ହେଲମେଟ ବ୍ୟବହାର କରି ନଥିଲେ। ଫଳରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ଜୋରିମାନା କାଟିଛି ଟ୍ରାଫିକ ପୋଲିସ ।

ବିନା ହେଲମେଟରେ ବୁଲୁଥିଲେ ବାବୁସାନ, ଘରକୁ ଗଲା ଟ୍ରାଫିକ ଚାଲାଣ

ଓଡିଆ ଚଳଚିତ୍ରର ଜଣାଶୁଣା ଅଭିନେତା ବାବୁସାନଙ୍କ ଘରକୁ ଯାଇଛି ଟ୍ରାଫିକ ଚାଲାଣ । ନିୟମ ନମାନି ବିନା ହେଲମେଟରେ ଗାଡି ଚଳାଉଥିବାରୁ ବାବୁସାନଙ୍କ ବିରୋଧରେ ହଜାରେ ଟଙ୍କା ଚାଲାଣ କାଟିଛି ଟ୍ରାଫିକ ପୋଲିସ । ଏହି ଘଟଣାକୁ ନେଇ ଟ୍ବିଟ କରିଛନ୍ତି ଖୋଦ ପୋଲିସ କମିଶନର ।

ଅନେକଙ୍କ ପାଇଁ ଏମାନେ ଆଦର୍ଶ ହୋଇଥାନ୍ତି । ବୋଧ ହୁଏ ସେଥିପାଇଁ ଅନେକ ସମୟରେ ଏମାନଙ୍କୁ ବିଭିନ୍ନ ସଚେତନତା ଅଭିଯାନର ସାମିଲ କରାଯାଇଥାଏ । ହେଲେ ଏମାନେ ଯେବେ ନିୟମ ଉଲଙ୍ଘନ କରିବେ ତେବେ କାହାକୁ କହିବା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details