ଓଡିଶା

odisha

ETV Bharat / city

ମହାବାତ୍ୟାକୁ 20 ବର୍ଷ: ବିପର୍ଯ୍ୟୟରେ ବ୍ୟବହୃତ ଉପକରଣ ପ୍ରଦର୍ଶିତ - supercyclone@20

ମହାବାତ୍ୟାକୁ ପୂରିଲା 20 ବର୍ଷ । ଏହି ଅବସରରେ ବିପର୍ଯ୍ୟୟରେ ବ୍ୟବହୃତ ହେଉଥିବା ଟେକ୍ନୋଲୋଜି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଛି ।

ଡିଜାଇନ ଫଟୋ

By

Published : Oct 29, 2019, 7:44 PM IST

ଭୁବନେଶ୍ବର: ମହାବାତ୍ୟାକୁ ପୂରିଲା 20 ବର୍ଷ । ଏହି ଅବସରରେ ବିପର୍ଯ୍ୟୟରେ ବ୍ୟବହୃତ ହେଉଥିବା ଟେକ୍ନୋଲୋଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଛି । ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଗ୍ଲୋବାଲ ବେଞ୍ଚ ମାର୍କ ପାଲଟିଥିବା ବେଳେ ଆଗକୁ କିଭଳି ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯିବ ସେନେଇ ମଧ୍ୟ ଏଠାରେ ପ୍ରଦର୍ଶିତ କରାଯାଇଛି ।

ମହାବାତ୍ୟାକୁ ପୁରିଲା 20 ବର୍ଷ, ବିପର୍ଯ୍ୟୟରେ ବ୍ୟବହୃତ ଉପକରଣ ପ୍ରଦର୍ଶିତ

1999 ମସିହା ଅକ୍ଟୋବର 29 ତାରିଖରେ ଓଡିଶାରେ ପ୍ରଳୟ ରଚିଥିଲା ମହାବାତ୍ୟା । ଆଜିବି ସେହି ସମୟରେ ଦୃଶ୍ୟ ମନରେ ଆସିଲେ ରୁମ ଟାଙ୍କୁରି ହୋଇଯାଏ । ତେବେ ସେବେକାର ଓଡିଶା ଓ ଏବେର ଓଡିଶା ମଧ୍ୟରେ ବହୁତ ଫରକ ରହିଛି । 1999 ମସିହାରେ ସରକାରଙ୍କ ପାଖରେ କୌଣସି ପ୍ରକାରର ଟେକ୍ନୋଲୋଜି ନଥିବାବେଳେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଥିଲା । ଯାହା ଫଳରେ ହଜାର ହଜାର ଲୋକ ବାସହରା ହୋଇପଡିଥିଲେ। ଶହ ଶହ ଲୋକ ପ୍ରାଣ ହରାଇଥିଲେ ।

ତେବେ ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଜିରୋ କାଜୁଆଲଟିରେ ସରକାର ଓଡିଶା ପାଇଁ ଗୌରବ ଆଣିଛନ୍ତି । ତେବେ ଏଥିଲାଗି ବ୍ୟବହାର ହେଉଥିବା ଉପକରଣ ଆଜି ଏଠାରେ ପ୍ରଦର୍ଶିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details