ଭୁବନେଶ୍ବର: କୋରୋନାରେ ଆକ୍ରାନ୍ତ ହେଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଏନେଇ ସେ ଟ୍ବିଟରେ କହିଛନ୍ତି ଯେ ମୋର କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜର କରୋନା ପରୀକ୍ଷା କରନ୍ତୁ ଓ ସତର୍କତା ଅବଲମ୍ବନ କରନ୍ତୁ ।
ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ କୋରୋନା
କୋରୋନାରେ ଆକ୍ରାନ୍ତ ହେଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଟ୍ବିଟରେ ଦେଲେ ସୂଚନା । ଅଧିକ ପଢନ୍ତୁ...
କରୋନାରେ ଆକ୍ରାନ୍ତ ହେଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ
ମନ୍ତ୍ରୀ ପ୍ରତାପ ଜେନା ଜୁଏଲ ଓରାମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜୁଏଲ ଓରାମଙ୍କ କୋଭିଡ ସଂକ୍ରମିତ ଖବର ଜାଣି ‘ମୁଁ ଚିନ୍ତିତ ଥିବା’ ଟ୍ବିଟ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ