ଭୁବନେଶ୍ବର:ସୁନ୍ଦରଗଡ ADMଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ବିଶ୍ବଜିତ ମହାପାତ୍ର। ଆୟବର୍ହିଭୂତ ସମ୍ପତ୍ତିର ଖୁଲାସା କଲା ଭିଜିଲାନ୍ସ।
ଏବେବି ମିଳୁନି ଅନେକ ବ୍ୟାଙ୍କ ଟ୍ରାନଜାକ୍ସନର ଗୁମର। ସ୍କାନରରେ ପତ୍ନୀ ତାଙ୍କ ନାଁରେ ସିମେଣ୍ଟ ଗୋଦାମ ଖୋଲି ଲକ୍ଷାଧିକ ଟଙ୍କାର କରିଥିଲେ କାରବାର। ଜଗତସିଂହପୁର ଓ ଭୁବନେଶ୍ବରରେ ୧୦ଟି ପ୍ଲଟ, ରସୁଲଗଡରେ ଏକ ଫ୍ଲାଟ ଠାବ କରିଛି ଭିଜିଲାନ୍ସ ।
ଏହାସହ ୮ଟି ବ୍ୟାଙ୍କ ଆକାଉଣ୍ଟ ଡିପୋଜିଟ ସମେତ ମ୍ୟୁଚାଲ ଫଣ୍ଡ ଓ ଇନସୁରାନସ ଓ ଲକରରେ ଫିକ୍ସଡ ଡିପୋଜିଟର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି । ଯାହାର ମୂଲ୍ୟ ୨କୋଟି ୪୮ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ଏହାସହ ଜବତ କ୍ୟାସ ପରିମାଣ ୩ ଲକ୍ଷ ୫୨ ହଜାର ସହ ୪୭୦ ଗ୍ରାମ ସୁନା ଅଳଙ୍କାର ଠାବ ହୋଇଛି।