ଓଡିଶା

odisha

ETV Bharat / city

Summative Exam: 3093ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା, କପି ରୋକିବାକୁ ସ୍ବତନ୍ତ୍ର ସ୍କ୍ବାର୍ଡ - ସମେଟିଭ ଆସେସମେଣ୍ଟ-1 ପରୀକ୍ଷା

ଆଜିଠୁ (ବୁଧବାର) ରାଜ୍ୟରେ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ-1 ପରୀକ୍ଷା (10th class Summative Exam starts) । ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ଆରମ୍ଭ ଦଶମ ସମେଟିଭ ପରୀକ୍ଷା
ଆରମ୍ଭ ଦଶମ ସମେଟିଭ ପରୀକ୍ଷା

By

Published : Jan 5, 2022, 9:46 AM IST

ଭୁବନେଶ୍ବର:ଆଜିଠୁ (ବୁଧବାର) ରାଜ୍ୟରେ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ-1 ପରୀକ୍ଷା (10th class Summative Exam starts) । ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି । ଚଳିତ ବର୍ଷ ମୋଟ 5 ଲକ୍ଷ 71 ହଜାର 935 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । 3093ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଛି ପରୀକ୍ଷା । 4 ଦିନ ଧରି ଚାଲିବ ପରୀକ୍ଷା ।

ଆରମ୍ଭ ଦଶମ ସମେଟିଭ ପରୀକ୍ଷା

ପ୍ରଥମ ୩ ଦିନ ଦୁଇଟି ସିଟିଂରେ ଥିଓରୀ ପରୀକ୍ଷା ଓ ଶେଷଦିନ ପ୍ରାକ୍ଟିକାଲ ପରୀକ୍ଷା ହେବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ପରୀକ୍ଷା ପାଇଁ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିଥିଲା । ଆଜି ସକାଳ ୮ଟାରେ ସମସ୍ତ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡିକୁ ପଠାଯାଇଛି । ପରୀକ୍ଷାକୁ ଶୃଙ୍ଖଳାର ସହ କରିବା ସହ କପି ରୋକିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୭୨ଟି ସ୍କ୍ବାର୍ଡ ଓ ବୋର୍ଡ ପକ୍ଷରୁ ୪୦ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ଗଠନ ହୋଇଛି । ଏହାଛଡା ନିଜ ନିଜ ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ ସୁବନ୍ଦୋବସ୍ତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଛି । ଗୋଟିଏ ଗୃହରେ ମୋଟ ୨୪ ଜଣ ପିଲା ପରୀକ୍ଷା ଦେବେ । ଯଦି କୋରୋନା ସଂକ୍ରମଣ ବଢେ ଏବଂ ବାର୍ଷିକ ପରୀକ୍ଷା ଛାତ୍ରଛାତ୍ରୀ ନ ଦେଇପାରନ୍ତି ତେବେ ଏହି ସମେଟିଭ ଆସେସମେଣ୍ଟ ପରୀକ୍ଷାର ମାର୍କ ଅନୁସାରେ ପିଲାଙ୍କୁ ମାର୍କ ଦିଆଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details