ଓଡିଶା

odisha

ETV Bharat / city

BMC ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ - ବିଏମସି ମେୟର ସୁଲୋଚନା ଦାସ

ଭୁବନେଶ୍ବର ମହାନଗର ନିଗମ(BMC)ର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ତାଙ୍କ 67ଟି ୱାର୍ଡର କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ଅଧିକ ପଢନ୍ତୁ

BMC ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ
BMC ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

By

Published : Apr 9, 2022, 10:43 AM IST

Updated : Apr 9, 2022, 12:24 PM IST

ଭୁବନେଶ୍ବର: ଭୁବନେଶ୍ବରର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ(Sulochana Das takes oath as BMC Mayor) । ଆଜି ଭୁବନେଶ୍ବର ମହାନଗର ନିଗମ(BMC)ର ନବ ନିର୍ବାଚିତ ମେୟରଙ୍କ ସମେତ ୬୭ କର୍ପୋରେଟର ଶପଥ ନେଇଛନ୍ତି । ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ମେୟରଙ୍କୁ ଶପଥ ପାଠ କରାଇଛନ୍ତି । BMCର ପ୍ରଥମ ମହିଳା ମେୟର ହୋଇଛନ୍ତି ସୁଲୋଚନା ଦାସ । BMC କାଉନସିଲ୍ ହଲରେ ଶପଥ ପାଠର ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

BMC ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଏଥିସହ ଆଜି ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ହେବ । ଏଥିପାଇଁ ସକାଳ ୧୦ଟାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଏହା ୧୧ଟା ପର୍ଯ୍ୟନ୍ତ ଚାଲିବ । ପୂର୍ବାହ୍ନ ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ୧ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ସାଢେ ୧ଟାରୁ ସାଢେ ୩ଟା ମଧ୍ୟରେ ଡେପୁଟି ମେୟର ନିର୍ବାଚନ ଶେଷ ହେବ । ଭୁବନେଶ୍ବରରେ ମୋଟ ୬୭ କର୍ପୋରେଟର ଆସନରୁ ୪୮ ଆସନରେ ବାଜିମାତ୍ କରିଥିଲା ବିଜେଡି । ବିଜେପିକୁ ୧୦ଟି ଆସନ ମିଳିଥିବାବେଳେ ସ୍ବାଧୀନଙ୍କୁ ମିଳିଥିଲା ୯ଟି ଆସନ । ତେବେ ସ୍ବାଧୀନଙ୍କ ମଧ୍ୟରୁ ଏକାଧିକ ସ୍ବାଧୀନ କର୍ପୋରେଟର ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ୪୮ ଆସନ ଅକ୍ତିଆର କରିଥିବାରୁ ଡେପୁଟି ମେୟର ବିଜେଡିରୁ ହେବା ଅନୁମାନ କରାଯାଉଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 9, 2022, 12:24 PM IST

ABOUT THE AUTHOR

...view details