ଭୁବନେଶ୍ବର: ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଜାରି ରହିଛି ଲକଡାଉନ । ଫଳରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଏବେ ବିପଦରେ ପଡିଛି । ଏଭଳି ସ୍ଥିତିରେ ଏହି ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ସହଯୋଗର ହାତ ବଢ଼େଇଛି ସାମାଜିକ ପ୍ରତିଷ୍ଠାନ SUJOG । ଟ୍ରାନ୍ସଜେଣ୍ଡରଙ୍କୁ ସଚେତନ କରିବା ସହ ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛି ଏହି ପ୍ରତିଷ୍ଠାନ ।
କୋଭିଡ ସମୟରେ ଆମ ସମାଜରେ ଅବହେଳିତ ଅବସ୍ଥାରେ ଅଛନ୍ତି ଟ୍ରାନ୍ସଜେଣ୍ଡର । କୋଭିଡ ଯୋଗୁଁ ଏମାନଙ୍କ ଜୀବନ ଦୁର୍ବିସହ ହୋଇଛି । ନା ଅଛି ନିଯୁକ୍ତି, ନା ଏମାନଙ୍କୁ ମିଳୁଛି ସରକାରୀ ସୁବିଧା । ଏହି ସମୟରେ SUJOG ପକ୍ଷରୁ ମଙ୍ଗଳବାର ଟ୍ରାନ୍ସଜେଣ୍ଡରଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି । ଚାଉଳ, ଡାଲି, ଚିନି, ଆଳୁ, ପିଆଜ, ସାନିଟାଇଜର, ସାବୁନ୍, ମାସ୍କ ଇତ୍ୟାଦି ପ୍ରଦାନ କରାଯାଇଛି । 60ରୁ ଉର୍ଦ୍ଧ୍ବ ଟ୍ରାନ୍ସଜେଣ୍ଡରଙ୍କୁ ଏହି ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ।