ଓଡିଶା

odisha

ETV Bharat / city

କୁଆଡେ ଗଲା ହାଡୁ ବଗର୍ତୀ ଆତ୍ମହତ୍ୟା ରିପୋର୍ଟ? - ola

2017ରେ ଆତ୍ମହତ୍ୟା କରିଥିବା ଚାଷୀ ହାଡୁ ବଗର୍ତ୍ତୀ ରିପୋର୍ଟକୁ ନେଇ ମତ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ସବୁ ଦିଗକୁ ତର୍ଜମା କରିବାରେ ରିର୍ପୋଟ ଦିଆଯିବ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ୱର

By

Published : Jul 20, 2019, 7:44 PM IST

ଭୁବନେଶ୍ବର: ଗତକାଲି ବିଧାନସଭାରେ ବଲାଙ୍ଗୀରର ଚାଷୀ ଭକ୍ତବନ୍ଧୁ ଦଣ୍ତସେନା ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଉଠିଥିଲା । ଆଜି ବରଗଡ ଚାଷୀ ହାଡୁ ବଗର୍ତୀ ଆତ୍ମହତ୍ୟାର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ଗୃହରେ ପ୍ରଶ୍ନ ଉଠିଛି । ଏହି ଘଟଣା ଉପରେ ବସିଥିବା ଗୃହ କମିଟି ଏଯାଏଁ ରିର୍ପୋଟ ଦେଇନାହିଁ।

ଭିଡିଓ ସୌଜନ୍ୟ:ବ୍ୟୁରୋଚିଫ୍, ଭୁବନେଶ୍ୱର

୨୦୧୭ରେ ବରଗଡ ଚାଷୀ ହାଡୁ ବର୍ଗତୀ ଆତ୍ମହତ୍ୟା କରିବା ଘଟଣାକୁ ନେଇ ବିଧାନସଭା ଉଠିଥିଲା ପଡିଥିଲା। ପ୍ରାୟ ତିନି ଦିନ ଧରି ଗୃହ କାର୍ଯ୍ୟ ଠପ୍ ହେବା ପରେ ମାମାଲାର ତଦନ୍ତ ପାଇଁ ଷ୍ଟାଣ୍ତିଂ କମିଟି ଗଠିତ ହୋଇଥିଲା। କମିଟି ମଧ୍ୟ ହାଡୁ ବଗର୍ତୀଙ୍କ ଘରକୁ ଯାଇ ତଦନ୍ତ କରିଥିଲା । ଏହାରି ଭିତରେ ଦୁଇ ବର୍ଷ ବିତିଯାଥିଲେ ମଧ୍ୟ କମିଟି ତାର ରିର୍ପୋଟ ପ୍ରଦାନ କରିନାହିଁ । ଷ୍ଟାଣ୍ତିଂ କମିଟି ନେତୃତ୍ବ ନେଇଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଏହି ତଦନ୍ତ ପ୍ରକ୍ରିୟାରେ ବହୁ ଦିଗ ରହିଛି । ସବୁ ଦିଗକୁ ତର୍ଜମା କରିବାରେ ରିର୍ପୋଟ ଦିଆଯିବ।

ଭୁବନେଶ୍ବର ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details