ଭୁବନେଶ୍ବର: ପୁଣି ମେଦବହୁଳତାରୁ ମୁକୁଳିବା ପାଇଁ ଟ୍ବିଟ ଯୋଗେ ବାର୍ତ୍ତା ଦେଲେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡ଼ିଓ ସେୟାର କରିବା ସହ ସୁଧାଂଶୁ କହିଛନ୍ତି, ଫିଟ ରହିବା ପାଇଁ ଆମକୁ ମଧ୍ୟ ସମାନ ଉପାୟ ଆପଣାଇବାକୁ ପଡ଼ିବ ।
ଏକ ସାକ୍ଷାତକାରରେ ବୋରିସ ଜନସନ କହିଛନ୍ତି, ମେଦବହୁଳତା ଯୋଗୁଁ ଆମେ ଅନେକ ସମୟରେ ବିଭିନ୍ନ ରୋଗରେ ପଡିଥାଉ । ତେଣୁ ଫିଟ ରହିବା ସୁସ୍ଥ ଜୀବନ ଜିଇଁବାର ଏକ କଳା ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ।