ଭୁବନେଶ୍ବର: ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନକୁ କୃଷି ମନ୍ତ୍ରୀଙ୍କ ଅଚାନକ ଗସ୍ତ । ସଂସ୍ଥା କୁ ଅଧିକ ଦକ୍ଷ କରିବାକୁ ସତ୍ୟନଗର ସ୍ଥିତ ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କପ୍ରୋରେସନ ଲିମିଟେଡ଼ କାର୍ଯ୍ୟାଳୟକୁ ସରପ୍ରାଇଜ୍ ଭିଜିଟ କରିଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନକୁ ମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ
ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନକୁ ମନ୍ତ୍ରୀ ଅରୁଣ ସାହୁଙ୍କ ଅଚାନକ ଗସ୍ତ । 5T ଆଧାରରେ କାର୍ଯ୍ୟ କରିବା ସହିତ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।
ଏହି ଅବସରରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଧିକ ପେଷାଦାର ଢଙ୍ଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ରାଜ୍ୟ ସରକାର କୃଷି ଓ କୃଷକ ନିମନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଯେପରି ସିଧାସଳଖ ଭାବରେ ହିତାଧିକାରୀଙ୍କ ନିକଟରେ ଏହାର ସୁବିଧା ପହଞ୍ଚିବ, ସେନେଇ ପ୍ରତ୍ୟୋକ କ୍ଷତ୍ରରେ ତତ୍ପରତା ପାଇବା ଆବଶ୍ୟକ ବୋଲି ଅରୁଣ କହିଛନ୍ତି ।
5T ଆଧାରରେ କାର୍ଯ୍ୟକାରୀ ନିଜର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରି ରାଜ୍ୟର ବିକାଶରେ ଅଂଶୀଦାର ହେବା ସହ ସଂସ୍ଥାକୁ ଅଧିକ ଲାଭପ୍ରଦ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । କାର୍ଯ୍ୟାଳୟରେ ପରିବେଶକୁ ସ୍ଵଚ୍ଛ ରଖିବା ସହ କର୍ମଚାରୀମାନେ ସମାୟାନୁବର୍ତ୍ତି ହେବା ଉପରେ ଅଧିକ ନଜର ଦେଇଛନ୍ତି ମନ୍ତ୍ରୀ । କର୍ମଚାରୀମାନେ ସେମାନଙ୍କୁ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ ପୁରାଣ ଦିଗରେ ତତ୍ପରତା ପ୍ରକାଶ କରିବା, କୃଷି କ୍ଷତ୍ରରେ ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହାସହ ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ