ଓଡିଶା

odisha

ETV Bharat / city

ପୁରୀ ବେଳାଭୂମିରେ ଶ୍ରୀରାମଙ୍କ ସୁନ୍ଦର ବାଲୁକା ପ୍ରତିମୂର୍ତ୍ତି, ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପବିତ୍ର ରାମ ନବମୀ ଉପଲକ୍ଷେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

By

Published : Apr 21, 2021, 10:21 AM IST

ବାଳୁକା କଳାରେ ରାମ ନବମୀ
ବାଳୁକା କଳାରେ ରାମ ନବମୀ

ପୁରୀ: ଆଜି(ବୁଧବାର) ପବିତ୍ର ରାମ ନବମୀ ଉପଲକ୍ଷେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଏକ ସୁନ୍ଦର ବାଲୁକା ପ୍ରତିମୂର୍ତ୍ତି ତିଆରି କରି ରାମ ନବମୀରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ବାଲୁକା କଳାରେ ରାମନବମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ। ପୁରୀ ବେଳାଭୂମିରେ ଭଗବାନ ଶ୍ରୀରାମଙ୍କର 20 ଫୁଟର ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଯେଉଁଥିରେ ପ୍ରଭୁ ରାମଚନ୍ଦ୍ର ଓ ସେ ଧରୁଥିବା ଧନୁକୁ ଖୁବ ସୁନ୍ଦର ଭାବେ ବାଲୁକା କଳାରେ ଉପସ୍ଥାପନ କରିଛନ୍ତି ସୁଦର୍ଶନ ।

ମାତ୍ର ଚଳିତବର୍ଷ କୋରୋନା ଯୋଗୁଁ ଫିକା ପଡିଛି ରାମ ନବମୀ । କୋରୋନା ସଂକ୍ରମଣର କାୟା ବିସ୍ତାର ଦେଖି ବନ୍ଦ ରହିଛି ଶ୍ରଦ୍ଧାଳୁଙ୍କ ଦର୍ଶନ । ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବାକୁ କେବଳ ପରମ୍ପରା ଅନୁସାରେ ଧାର୍ମିକ ନୀତିକାନ୍ତି କରାଯିବ ବୋଲି ନିଷ୍ପତି ନିଆହୋଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details