ଓଡିଶା

odisha

ETV Bharat / city

SUM ହସ୍ପିଟାଲରେ ୬ ମାସର ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର - ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

ସମ୍ ହସ୍ପିଟାଲରେ ହୃଦ୍‌ରୋଗରେ ପୀଡିତ ଜଣେ ୬ ମାସ ଶିଶୁର ହେଲା ସଫଳ ଅସ୍ତ୍ରୋପଚାର । ଶିଶୁଟି ଜନ୍ମରୁ ହୃଦରୋଗରେ ପୀଡିତ ଥିବାବେଳେ ନିଶ୍ବାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଅଧିକ ପଢନ୍ତୁ

SUM ହସ୍ପିଟାଲରେ ୬ ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର
SUM ହସ୍ପିଟାଲରେ ୬ ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

By

Published : Mar 22, 2022, 4:10 PM IST

ଭୁବନେଶ୍ବର: ସମ୍ ହସ୍ପିଟାଲରେ ମାତ୍ର ୬ ମାସର ଶିଶୁପୁତ୍ରର ହେଲା ସଫଳ ହୃଦ୍ ଅସ୍ତ୍ରୋପଚାର । ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଏହି ଶିଶୁପୁତ୍ର ହୃଦ୍ ପଲମୁନାରୀ ଭାଲବ ଷ୍ଟେନୋସିସ୍ (pulmonary valve stenosis ) ପୀଡିତ ଥିଲେ । ଅସ୍ତ୍ରୋପଚାର ଜରିଆରେ ଶିଶୁଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଡାକ୍ତର ଟିମ୍ ।

SUM ହସ୍ପିଟାଲରେ ୬ ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

ଏହି ଶିଶୁଟିର ଜନ୍ମଗତ ହୃଦଜନିତ ତ୍ରୁଟି ଥିବାବେଳେ ସେ ନିଶ୍ବାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଏପରିକି ଖାଦ୍ୟ ମଧ୍ୟ ଠିକ୍ ଭାବରେ ଗ୍ରହଣ କରିପାରୁ ନଥିଲା । ହସ୍ପିଟାଲ୍‌ର କାର୍ଡିଓଲୋଜିଷ୍ଟ ଆସୋସିଏଟ୍ ପ୍ରଫେସର ଡ଼କ୍ଟର ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ତତ୍ତ୍ବାବଧାନରେ ପିଲାଟିର ଚିକିତ୍ସା ଆରମ୍ଭ କରାଯାଇଥିଲା । ବିଭିନ୍ନ ପରୀକ୍ଷାରୁ ତା'ର ହାର୍ଟରେ ପଲମୁନାରୀ ଭାଲବ ଷ୍ଟେନୋସିସ୍ (pulmonary valve stenosis) ଭଳି ଜଟିଳ ସମସ୍ୟା ରହିଥିବା ଜଣାପଡ଼ିଥିଲା । ହାର୍ଟର ଭାଲ୍‌ରେ ଥିବା ତ୍ରୁଟି ଯୋଗୁଁ ଫୁସଫୁସ୍‌କୁ ଠିକ ଭାବରେ ଏବଂ ଉପଯୁକ୍ତ ପରିମାଣର ରକ୍ତ ସଂଚାଳନ ହୋଇ ପାରୁନଥିଲା ।

ମାତ୍ର ୬ ମାସର ଶିଶୁଟିର ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ପାଇଁ ଖୁବ୍ ଜଟିଳ ଥିବାବେଳେ ତା’ର ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା । ଏହି ଅସ୍ତ୍ରୋପଚାର ନିମନ୍ତେ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଚାରିଜଣିଆ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍‌ରେ ହୃଦ୍‌ରୋଗ ବିଭାଗର ମୁଖ୍ୟ ତଥା ସିନିୟର କନ୍‌ସଲ୍‌ଟ ଡାକ୍ତର ଶରତ କୁମାର ସାହୁ, ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ଆନେସ୍ଥେସିଓଲୋଜି ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ବେଲୁନ୍ ପଲ୍‌ମୁନାରୀ ଭାଲଭୋଟାମି ପ୍ରକ୍ରିୟାରେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ଶିଶୁଟି ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଧାରରେ ଏହି ଅସ୍ତ୍ରୋପଚାର କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details