ଓଡିଶା

odisha

ETV Bharat / city

ସଫଳ ଉଦ୍ୟୋଗୀ ରଶ୍ମୀ ରଞ୍ଜନ: 4ଟି ଦେଶରେ କରୁଛନ୍ତି ବ୍ୟବସାୟ - ଯୁବ ଉଦ୍ୟୋଗୀ ରଶ୍ମି ରଞ୍ଜନ

ଯୁବ ଉଦ୍ୟୋଗୀ ରଶ୍ମୀ ରଞ୍ଜନ । ନିଉଏଜ୍ ଟେକ୍ନୋଲୋଜି ସହ 4ଟି ଦେଶରେ କରୁଛନ୍ତି ବ୍ୟବସାୟ । ସଫଳତା ପାଇଁ ହାର୍ଡ ୱାର୍କ ସହ ସ୍ମର୍ଟ ୱାର୍କର ମଧ୍ୟ ଆବଶ୍ୟକତା ରହିଛି ବୋଲି କହିଲେ ରଶ୍ମୀ ରଞ୍ଜନ । ଅଧିକ ପଢନ୍ତୁ

ସଫଳ ଉଦ୍ୟୋଗୀ ରଶ୍ମି ରଞ୍ଜନ: ନିଉଏଜ୍ ଟେକ୍ନୋଲୋଜି ସହ 4ଟି ଦେଶରେ କରୁଛନ୍ତି ବ୍ୟବସାୟ
ସଫଳ ଉଦ୍ୟୋଗୀ ରଶ୍ମି ରଞ୍ଜନ: ନିଉଏଜ୍ ଟେକ୍ନୋଲୋଜି ସହ 4ଟି ଦେଶରେ କରୁଛନ୍ତି ବ୍ୟବସାୟ

By

Published : Jul 7, 2022, 9:58 PM IST

ଭୁବନେଶ୍ବର : ରଶ୍ମୀ ରଞ୍ଜନ ସାହୁ । ଯୁବ ଉଦ୍ୟୋଗୀ, ସିରିଏଲ୍ ଆନ୍ଥୋପ୍ରିନିଅର, ଭୁବନେଶ୍ବର ବେସ୍ଡ଼ ଷ୍ଟାର୍ଟ ଅପ୍ YM LABର ସିଇଓ । ରଶ୍ମୀ ରଞ୍ଜନଙ୍କ କ୍ଷେତ୍ରରେ ଏତିକି କହି ହେବ ଆଜିର ଦିନରେ ସେ ଓଡ଼ିଶା ଷ୍ଟାର୍ଟ ଅପ ଗାଲେକ୍ସିର ଜଣେ ସାଇନିଂ ଷ୍ଟାର। ରଶ୍ମି ରଞ୍ଜନଙ୍କ କମ୍ପାନୀ କାମ କରେ ଓ୍ବେବ ୩.୦( web 3.0), ବ୍ଲାକ ଚେନ୍ (block chain), AI, AR/VR, IoT, ୱେବ ଓ ମୋବାଇଲ୍ ଆପ୍ଲିକେସନ ଡେଭେଲପମେଣ୍ଟ, ଇ କମର୍ସ ଓ ଅନ୍ ଲାଇନ ମାର୍କେଟିଙ୍କ କ୍ଷେତ୍ରରେ।

ନିଉଏଜ୍ ଟେକ୍ନୋଲୋଜି କ୍ଷେତ୍ରରେ କାମ କରିବା ରଶ୍ମୀ ରଞ୍ଜନଙ୍କ ପାଇଁ ଆଣିଦେଇଛି ବଡ଼ ସଫଳତା । ଭୁବନେଶ୍ବରରୁ ବ୍ୟବସାୟ ଆରମ୍ଭ କରିବାର 5 ବର୍ଷ ମଧ୍ୟରେ ରଶ୍ମୀ ରଞ୍ଜନ ନିଜର କମ୍ପାନୀର ବ୍ୟବସାୟକୁ ପହଞ୍ଚାଇ ପାରିଛନ୍ତି ଆମେରିକା, ଚୀନ, ଥାଇଲାଣ୍ଡ ପରି ଦେଶରେ । ରଶ୍ମୀ ରଞ୍ଜନ କମ୍ପାନୀରେ ଆଜିର ଦିନରେ କାମ କରୁଛନ୍ତି 250 ସପ୍ଟୱେର ଓ ମ୍ୟାନେଜମେଣ୍ଟ ପ୍ରଫେସନାଲ ।

ସଫଳ ଉଦ୍ୟୋଗୀ ରଶ୍ମି ରଞ୍ଜନ: ନିଉଏଜ୍ ଟେକ୍ନୋଲୋଜି ସହ 4ଟି ଦେଶରେ କରୁଛନ୍ତି ବ୍ୟବସାୟ

ତେବେ ବ୍ୟବସାୟରେ ସଫଳତା ସହଜରେ ମିଳିନଥିଲା ରଶ୍ମୀ ରଞ୍ଜନଙ୍କୁ । ଅଦମ୍ୟ ପରିଶ୍ରମ ଓ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ରଶ୍ମୀ ରଞ୍ଜନଙ୍କ ପାଇଁ ଅନେକ ସମୟରେ ଅର୍ଥ ବଡ଼ ପ୍ରତିବନ୍ଧକ ସାଜିଥିଲା । ଓଡ଼ିଆ ମିଡିଆମ ସ୍କୁଲରେ ପାଠ ପଢିଥିଲେ। ଭୁବନେଶ୍ବର ଦେବରାୟ କଲେଜରୁ ସାଇନସରେ ଇଣ୍ଟରମିଡିଏଟ କରିବା ପରେ ଇନଡିକ୍ କଲେଜରୁ ବିଟେକ୍ କରିଥିଲେ କମ୍ପ୍ୟୁଟର ସାଇନସରେ।

ନାମିଦାମୀ କଲେଜ ଏଜୁକେସନ ନଥିବା ଯୋଗୁଁ ପାଠ ପଢା ପରେ ଚାକିରି ପରେ କ୍ୟାରିଅର୍ ଗଢ଼ିବା ସଂଘର୍ଷପୂର୍ଣ୍ଣ ରହିଥିଲା ରଶ୍ମୀ ରଞ୍ଜନଙ୍କ ପାଇଁ। ତେବେ ପ୍ରତିକୂଳ ପରିସ୍ଥିତିରେ ବଢିଥିବା ରଶ୍ମୀ ରଞ୍ଜନ ପରିସ୍ଥିତିକୁ ଚାଲେଞ୍ଜ ଭାବେ ଗ୍ରହଣ କଲେ । ପିଲା ଦିନରୁ ଟେକ୍ନୋଲୋଜି ପ୍ରତି ରୁଚି ରଖୁଥିବା ରଶ୍ମୀଙ୍କୁ ମିଳିଲା ସଫଳତା । ଦେଶର ନାମୀ କମ୍ପାନୀ ଟିସିଏସ୍ ଚାକିରି ଆରମ୍ଭ କଲେ । ତେବେ ଟେକ୍ନୋଲୋଜି ଓ ଇନୋଭେସନର ପ୍ୟାସନ ତାଙ୍କୁ ପରବର୍ତ୍ତି ସମୟରେ ନେଇଗଲା ଅଷ୍ଟ୍ରେଲିଆକୁ ।

ସେଠାରେ ଏକ ନାମୀ ସଷ୍ଟୱେର କମ୍ପାନୀରେ ଯୋଗ ଦେଲେ ରଶ୍ମୀ ରଞ୍ଜନ । କମ୍ୟୁନିଟ୍ ବେସଡ ହାଇପର ଲୋକଲ ସର୍ଭିସେସ ସପ୍ଟୱେର ପ୍ରଡକ୍ଟ ଡେଭେଲପମେଣ୍ଟ କ୍ଷେତ୍ରରେ ଡେଭେଲପର ଭାବେ କାମ କଲେ। ଏହାପରେ ଅଷ୍ଟ୍ରେଲିଆରେ ବନାଇଲେ ନିଜର ଏକ କମ୍ପାନୀ ଟାକ୍ସଡୋଭ। ଟାକ୍ସଡୋଭର ସଫଳତା ଦେଖି କାନାଡ଼ାର ଏକ କମ୍ପାନୀ ଏହାକୁ ଅଧିଗ୍ରହଣ କଲା। ଏହା ପରେ ଚମକିଲା ରଶ୍ମୀ ରଞ୍ଜନଙ୍କ ଭାଗ୍ୟ ।

ଭାରତ ଫେରି ରଶ୍ମୀ ରଞ୍ଜନ ଆମାଜନରେ ସିନିଅର କନ୍ସଲ୍ଟାଣ୍ଟ ଭାବେ କାମ କଲେ। ତେବେ ବିଜେନେସର ପ୍ୟାସନ ପୁଣି ତାଙ୍କୁ ଟାଣି ନେଲା ନୂଆ କିଛି କରିବାକୁ । ଆମାଜନର ହାଇପେଡ଼ ଜବ୍ ଛାଡ଼ି ଆରମ୍ଭ କଲେ ଭିଡ଼ିଓ ଭାଇବ୍ ନାଁରେ ତାଙ୍କର ନୂଆ ଭିଡିଓ ମାର୍କେଟିଙ୍ଗ ଓ ଆନାଲିଟକ୍ସ ପ୍ଲାଟଫର୍ମ। ଭିଡିଓ ଭାଇବ୍ସକୁ ମିଳିଲା ସୋସିଆଲ ମିଡିଆ ଜ୍ୟାଣ୍ଟ ଫେସବୁକ ଓ ଆଇବିଏମ୍ ଫଣ୍ଡିଂ । ଭିଡ଼ିଓ ଭାଇବ୍ସର ସଫଳତା ପରେ ରଞ୍ଜନ ଏବେ ଆଣିଛନ୍ତି ତାଙ୍କ ନୂଆ ଷ୍ଟାର୍ଟଅପ YellMon Lab ।

ବର୍ତ୍ତମାନ ସୁଦ୍ଧା ୟେଲମୋନ୍ ଲାବ୍ (YellMon Lab) 16ଟି କ୍ଷେତ୍ରରେ ପ୍ରାୟ 500 ଆପ୍ଲିକେସନ୍ ଓ ୱେବ ସାଇଟ ତିଆରି କରିସାରିଲାଣି। ଯାହା ମଧ୍ୟରେ ରହିଛନ୍ତି ହେଲଥ କେୟାର, ଇ କମର୍ସ, ଫୁଡ ଡେଲିଭରି, ଫାଇନାନ୍ସ, ଏଜୁକେସନ ଓ ଲଜିଷ୍ଟିକ କ୍ଷେତ୍ରରେ କମ୍ପାନୀମାନଙ୍କ ପାଇଁ ସଫ୍ଟୱେର ସଲ୍ୟୁସନସ ।

ଇଣ୍ଡଷ୍ଟ୍ରିର ଆବଶ୍ୟକତା ଅନୁଯାୟୀ ନିଡ୍ ବେସଡ ପ୍ରଡକ୍ଟ ଉପରେ ଫୋକସ୍ କରେ ରଶ୍ମୀ ରଞ୍ଜନଙ୍କ କମ୍ପାନୀ । ଆଜିର ଦିନରେ ରଶ୍ମୀ ରଞ୍ଜନଙ୍କ କମ୍ପାନୀ ଭୁବନେଶ୍ବର ସହ ବାଙ୍ଗାଲୁରୁ, ଆମେରିକାର ଟେକ୍ସାସ, ଥାଇଲାଣ୍ଡର ବ୍ୟାଙ୍କକ୍, ଚୀନର ଦାଲିଆନ୍ ସଫ୍ଟୱେର ପାର୍କରେ ନିଜର କାର୍ଯ୍ୟାଳୟ ଖୋଲିଛି। ସିରିଅଲ୍ ଆନ୍ଥୋପ୍ରିନିଅର ରଶ୍ମୀ ରଞ୍ଜନ ବିଶ୍ବାସ କରନ୍ତି ସଫଳତା ପାଇଁ ହାର୍ଡ ୱାର୍କ ସହ ସ୍କାର୍ଟ ୱାର୍କର ମଧ୍ୟ ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details