ଓଡିଶା

odisha

ETV Bharat / city

ଗାଁକୁ ସଂକ୍ରମଣ ଚିନ୍ତା; କ୍ବାରେଣ୍ଟାଇନ କେନ୍ଦ୍ର ହେଉଛି ଏନ୍ତୁଡିଶାଳ, ଅନ୍ୟମାନେ ନଯିବାକୁ ପରାମର୍ଶ - subrat bagchi reaction on corona

ରାଜ୍ୟରେ କାୟା ବିସ୍ତାର କରିଛି କୋରୋନା। ଏହାକୁ ଦୃଷ୍ଟିରେ ରଖି କ୍ବାରେଣ୍ଟାଇନ କେନ୍ଦ୍ରକୁ ଏନ୍ତୁଡିଶାଳ ଭାବିକି 21 ଦିନ ସେଠାକୁ ନିଜର ଲୋକଙ୍କୁ ଦେଖା କରିବାକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ ।

subrat bagchi reaction on corona
ଗାଁକୁ ସଂକ୍ରମଣ ଚିନ୍ତା; କ୍ବାରେଣ୍ଟାଇନ କେନ୍ଦ୍ର ହେଉଛି ଏନ୍ତୁଡିଶାଳ, ଅନ୍ୟମାନେ ନଯିବାକୁ ପରାମର୍ଶ

By

Published : May 13, 2020, 9:05 PM IST

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରିଛି କୋରୋନା। ଯାହାକୁ ନେଇ ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଉଛନ୍ତି। ଏହାବାଦ ଗାଁକୁ କିଭଳି କୋରୋନା ନପହଞ୍ଚେ ସେଥିପ୍ରତି ତୀକ୍ଷ୍ଣ ନଜର ରଖାଯାଉଛି।

ଏହି ପରିପ୍ରେକ୍ଷୀରେ କ୍ବାରେଣ୍ଟାଇନ କେନ୍ଦ୍ରକୁ ଏନ୍ତୁଡିଶାଳ ଭାବିକି 21 ଦିନ ସେଠାକୁ ନିଜର ଲୋକଙ୍କୁ ଦେଖା କରିବାକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ । ଗାଁରେ ଲୋକମାନେ ସାଧାରଣ ଭାବରେ ପାଖାପାଖି ରହିଥାନ୍ତି । ଗାଁର ଚଳଣିରେ ବର୍ତ୍ତମାନ ସମୟରେ ଗାଁ ଭିତରେ ଛାଡିଛାଡି ହୋଇ ରହିବାକୁ ପଡିବ ବୋଲି ସେ ଦର୍ଶାଇଛନ୍ତି ।

ବିଶେଷକରି କାଶ, ଛେପ, ଛିଙ୍କରୁ ଏହି ରୋଗ ହେଉଛି। ଯଦି କାହାକୁ ଏଭଳି ଜ୍ବର, ଛିଙ୍କ ଓ କାଶ ହେଉଛି ତେବେ ମାସ୍କ ବ୍ୟବହାର କରିବା ଜରୁରୀ । ତାସହ ମାସ୍କକୁ ଧୋଇ ଭଲଭାବରେ ଖରାରେ ଶୁଖେଇବା ଉଚିତ୍‌ ବୋଲି ସେ କହିଛନ୍ତି ।

ସେହିପରି ବାରମ୍ବାର ହାତ ଧୋଇବାକୁ ପଡିବ। କାରଣ କାମ କରିବା ସମୟରେ ବିଭିନ୍ନ ସରଞ୍ଜାମ ବ୍ୟବହାର ହେଉଛି। ସେହି ହାତ ଯଦି ମୁହଁ, ଆଖି, ନାକରେ ମାରୁଛେ ତେବେ ସଂକ୍ରମଣ ହେବାର ଅଧିକ ମାତ୍ର ରହିଛି। ତେଣୁ ଦିନକୁ ବାରମ୍ବାର 6 ଥର ହାତ ଧୋଇବାକୁ ପଡିବ। ଗାଁରେ ବୁଲାବୁଲି କରିବା। ମନ୍ଦିର ଯିବା, କ୍ୟାରମ ଖେଳିବା। ଫୁଟବଲ ଖେଳିବା। ଏହି ସମସ୍ତ କାମରେ ସଂକ୍ରମଣ ବଢିବ। ଏହାକୁ ନକରିବାକୁ ବାଗଚୀ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଗାଁ ପୋଖରୀକୁ ଯିବା ନାହିଁ। ସେଠାରେ କୁଳୁକୁଚା କରିବା ନାହିଁ। ଯଦି କୌଣସି ବ୍ୟକ୍ତିଙ୍କର ଗାଁରେ ଜ୍ବର, କାଶ, ଛିଙ୍କ ଦେଖାଯାଏ ତେବେ ସେମାନେ ହସ୍ପିଟାଲକୁ ଯିବେ ନାହିଁ। ପ୍ରାଥମିକ ଭାବରେ 104କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବେ ବୋଲି ବାଗଚୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details