ଭୁବନେଶ୍ୱର: ଭୁବନେଶ୍ୱରର ଡୁମୁଡୁମାରେ ପ୍ରାୟ ୨ ଏକର ପରିମିତ ସରକାରୀ ଜମି ଉପରେ ଏକ ବହୁତଳ ବିଶିଷ୍ଟ ପ୍ରକଳ୍ପ “ସୁଭଦ୍ରା ଏନ୍କ୍ଲେଭ”ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ୫ ମହଲା ବିଶିଷ୍ଟ ପ୍ରକଳ୍ପରେ ସମସ୍ତ ବର୍ଗର ଲୋକ ଯଥା ଆର୍ଥିକ ଦୁର୍ବଳଶ୍ରେଣୀ, ନିମ୍ନ ଆୟକାରୀ ବର୍ଗ ଓ ମଧ୍ୟମ ଆୟକାରୀବର୍ଗଙ୍କ ନିମନ୍ତେ ଗୃହନିର୍ମାଣ ସଂସ୍ଥା ମୋଟ୍ ୧୯୮ଟି ଫ୍ଲାଟ ନିର୍ମାଣ କରିବାକୁ ଯାଉଥିବା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ସୁଭଦ୍ରା ଏନକ୍ଲେଭ ବିକ୍ରି ପକ୍ରିୟା ଆରମ୍ଭ: ଆଉ ଏକ ବିଲ୍ଡିଂ ଉଦଘାଟନ କଲେ ନଗର ଉନ୍ନୟନ ମନ୍ତ୍ରୀ - ସୁଭଦ୍ରା ଏନକ୍ଲେଭ ବିଲ୍ଡିଂର ଉଦଘାଟନ କଲେ ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱରର ଡୁମୁଡୁମାରେ ପ୍ରାୟ ୨ ଏକର ପରିମିତ ସରକାରୀ ଜମି ଉପରେ ଏକ ବହୁତଳ ବିଶିଷ୍ଟ ପ୍ରକଳ୍ପ ସୁଭଦ୍ରା ଏନ୍କ୍ଲେଭର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଆର୍ଥିକ ଦୁର୍ବଳଶ୍ରେଣୀ, ନିମ୍ନ ଆୟକାରୀ ବର୍ଗ ଓ ମଧ୍ୟମ ଆୟକାରୀବର୍ଗଙ୍କ ନିମନ୍ତେ ଗୃହନିର୍ମାଣ ସଂସ୍ଥା ମୋଟ୍ ୧୯୮ଟି ଫ୍ଲାଟ ନିର୍ମାଣ କରିବ । ଅଧିକ ପଢନ୍ତୁ
ସୁଭଦ୍ରା ଏନକ୍ଲେଭ ବିକ୍ରି ପକ୍ରିୟା ଆରମ୍ଭ: ଆଉ ଏକ ବିଲ୍ଡିଂର ଉଦଘାଟନ କଲେ ନଗର ଉନ୍ନୟନ ମନ୍ତ୍ରୀ
ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ ୧୬୦ଟି ଫ୍ଲାଟର ବିକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି । ଖୁସିର କଥା ଗୃହ ନିର୍ମାଣ ସଂସ୍ଥା ଆଧୁନିକ ଭିତ୍ତିଭୂମିର ସୁବିଧା ସହ ସୁଲଭ ମୂଲ୍ୟରେ ଏହି ଫ୍ଲାଟଗୁଡ଼ିକ ସ୍ୱଚ୍ଛ ପ୍ରକ୍ରିୟାରେ ବିକ୍ରୟ କରିବେ । ସଂସ୍ଥାର ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଅନୁମୋଦିତ ହୋଇଅଛି ତଥା RERA କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜିକୃତ ହୋଇଛି । ସଂସ୍ଥା ଏହି ଫ୍ଲାଟଗୁଡ଼ିକୁ ନିର୍ଦ୍ଧାରିତ ୪୨ ମାସ ଭିତରେ ସମ୍ପୂର୍ଣ୍ଣ କରି ହିତାଧିକାରୀଙ୍କୁ ବର୍ତମାନର ଘୋଷିତ ମୂଲ୍ୟରେ ଯୋଗାଇଦେବ ।
ସୁଭଦ୍ରା ଏନକ୍ଲେଭ ବିକ୍ରି ପକ୍ରିୟା ଆରମ୍ଭ: ଆଉ ଏକ ବିଲ୍ଡିଂର ଉଦଘାଟନ କଲେ ନଗର ଉନ୍ନୟନ ମନ୍ତ୍ରୀ