ଭୁବନେଶ୍ବର: ବଡ଼ ପରଦାରେ ନଜର ଆସିବେ ଦୁଇ ନବାଗତ ଯୋଡି ସେହମ ଓ ମହିମା । ଜେଏଚବି ଏଣ୍ଟରଟେଣ୍ଟମେଣ୍ଟର ପ୍ରଥମ ଅବଦାନରେ ବଡ଼ ପାରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ଲଭ ୟୁ ପ୍ରିୟା’ । ଆଜି ଭୁବନେଶ୍ବର ସ୍ଥିତ ଧର୍ମ ବିହାର ଜଗନ୍ନାଥ ମନ୍ଦିରରେ ଏହାର ଶୁଭ ମହୁରତ ହୋଇଛି ।
ଓଡିଆ ଫିଲ୍ମ ‘ଲଭ ୟୁ ପ୍ରିୟା’ର ଶୁଭମହୁରତ - Odia Film Love you priya
ଜେଏଚବି ଏଣ୍ଟରଟେଣ୍ଟମେଣ୍ଟର ପ୍ରଥମ ଅବଦାନରେ ବଡ଼ ପାରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ଲଭ ୟୁ ପ୍ରିୟା’। ଭୁବନେଶ୍ବର ସ୍ଥିତ ଧର୍ମ ବିହାର ଜଗନ୍ନାଥ ମନ୍ଦିରରେ ଓଡିଆ ଫିଲ୍ମ ‘ଲଭ ୟୁ ପ୍ରିୟା’ର ଶୁଭମହୁରତ ହୋଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଏହି ଫିଲ୍ମର ମୁଖ୍ୟ ଅଭିନେତା ଭାବରେ ନଜର ଆସିବେ ସେହମ ଓ ଅଭିନେତ୍ରୀ ମହିମା । ଅନ୍ୟ ପଟେ ଚଳଚ୍ଚିତ୍ରର ପ୍ରଜେଜନା ଦାଇତ୍ବ ତୁଲାଇଛନ୍ତି ଜୟ ସେନ । ସେପଟେ କାହାଣୀ ସହିତ ସଂଳାପର ଭାର ସମ୍ଭାଳିଛନ୍ତି ଆଶୁତୋଷ ବାରିକ । ଠିକ ସେଭଳି ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ବ ନେଇଛନ୍ତି ଅଶେଷ । ଖୁବ ଶୀଘ୍ର ଫିଲ୍ମଟି ରିଲିଜ ହେବ ଏବଂ ଦର୍ଶକଙ୍କୁ ଫିଲ୍ମ ମାଧ୍ୟମରେ ମିଳିବ ବହୁତ ବଡ ଉପହାର ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ