ଭୁବନେଶ୍ବର:ଓଡ଼ିଆ ଚଳଚ୍ଚିତ୍ର ଟୋଟାଲ ବାଳୁଙ୍ଗାର ଶୁଭ ମହୁରତ ହୋଇଯାଇଛି । ହାସ୍ୟରସ ଓ କଲେଜର ବନ୍ଧୁତାକୁ ନେଇ କାହାଣୀଟି ଗତିଶୀଳ ହେବାକୁ ଥିବାବେଳେ ରାଜ୍ୟରେ ଅନେକ ସ୍ଥାନରେ ଏହାର ସୁଟିଂ ହେବ ବୋଲି କହିଛନ୍ତି ପ୍ରଯୋଜକ ସଂସ୍ଥା ।
ନବାଗତା ନମୀତା ସିଂହଦେଓ ଟୋଟାଲ ବାଳୁଙ୍ଗାର ନାୟିକା ଭୂମିକାରେ ନଜର ଆସିବେ । ଆଉ ତାଙ୍କ ବିପକ୍ଷରେ ରହିଛନ୍ତି ୨ ଅଭିନେତା ଶୁଭ୍ରାଂଶୁ ଓ ଚିନ୍ମୟ । କୃଷ୍ଣ ଫିଲ୍ମସ ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଥିବାବେଳେ କାହାଣୀର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଅଛନ୍ତି ଟି ଗଣେଶ । ହାସ୍ୟରସ ଓ କଲେଜର ବନ୍ଧୁତ୍ବକୁ ନେଇ କାହାଣୀଟି ଗତିଶୀଳ ହେବାକୁ ଥିବାବେଳେ ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଅଶୋକ ଓଝା ପ୍ରମୁଖ ଜଣାଶୁଣା କଳାକାର ଏଥିରେ ଅଭିନୟ କରିଛନ୍ତି ।