ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର 'ରକ୍ଷକ'ର ଶୁଭ ମହୁରତ ହୋଇଯାଇଛି । ଭୁବନେଶ୍ବର ଏକ ଘରୋଇ ହୋଟେଲରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଅମିତ ଫିଲ୍ମ କ୍ରିଏସନ ବ୍ୟାନରରେ ପ୍ରସ୍ତୁତ ହୋଇଥିବାବେଳେ ପ୍ରଯୋଜନାରେ ରହିଛନ୍ତି ଅକ୍ଷୟ କୁମାର ନାଏକ। ଦିବ୍ୟଜ୍ୟୋତି ପାତ୍ର ଫିଲ୍ମର ନିଦ୍ଦେର୍ଶନା ଦେଇଥିବାବେଳେ ମୁଖ୍ୟ ଅଭିନେତା କିଶୋର କୁମାର ଓ ଅଭିନେତ୍ରୀ ଭାବେ ସସ୍ମିତା ରହିଛନ୍ତି। ସବୁଠୁ ଖାସ୍ କଥା ହେଉଛି, ଅନେକ ଦିନ ପରେ ଲୋକପ୍ରିୟ ହାସ୍ୟ ଅଭିନେତା ଜୟୀରାମ ସାମଲ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ରକ୍ଷକର ଶୁଭ ମହୁରତ, ପୁଣି ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଜୟୀ - ଜୟୀରାମ ସାମଲ
ଓଡିଆ ଚଳଚ୍ଚିତ୍ର ରକ୍ଷକର ଶୁଭ ମହୁରତ ହୋଇଯାଇଛି । ଭୁବନେଶ୍ବର ଏକ ଘରୋଇ ହୋଟେଲରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ
ରକ୍ଷକର ଶୁଭ ମହୁରତ, ପୁଣି ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଜୟୀ
ପ୍ରଦ୍ୟୁମ୍ନ ଲେଙ୍କା, ଅଶ୍ରୁମୋଚନ, ରାଇମୋହନ, ବବି ମିଶ୍ରଙ୍କ ଭଳି ଅଭିଜ୍ଞ ଅଭିନେତାଙ୍କ ସହ ଅନେକ ଜଣାଶୁଣା କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ । ବୈଦ୍ୟନାଥ ଦାସ ଗୀତ ଲେଖିଥିବାବେଳେ ଓ ଦୀପକ ଜେନା ସଂଳାପ ଦେଇଛନ୍ତି। ତେବେ କାହାଣୀଟି ଏକ ଗାଙ୍ଗଷ୍ଟାରର ଜୀବନକୁ ନେଇ ହୋଇଥିବାବେଳେ ଏଥିରେ ଭାଇ ଭଉଣୀର ନିଛକ ପ୍ରେମକାହାଣୀ ରହିଛି । ତେଣୁ ସିନେମାର ନାମ ରକ୍ଷକ ରହିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ