ଭୁବନେଶ୍ବର:ଛାତ୍ରଛାତ୍ରୀମାନେ ଏଣିକି ସ୍କୁଲ ପରିସରରେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ମାସ୍କ ପିନ୍ଧି ନଥିଲେ ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି। ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଇଓମାନଙ୍କୁ ଚିଠି ହୋଇଛି।
ସୂଚନା ଅନୁସାରେ,ସମସ୍ତ ଛାତ୍ରଛାତ୍ରୀମାନେ ଯେପରି ମାସ୍କ ପିନ୍ଧି କ୍ୟାମ୍ପସକୁ ଆସିବେ। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ। ବିନା ମାସ୍କରେ କାହାରିକୁ ବି କ୍ୟାମ୍ପସକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। କୋରୋନା ମୁକାବିଲା ତଥା ପରିଚାଳନା ପାଇଁ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ହାତକୁ ବିଶୋଧନ କରିବାର ବ୍ୟବସ୍ଥା କରାଯିବ ।