ଭୁବନେଶ୍ବର:କୋରୋନା କାଳରେ ଅନିଶ୍ଚିତତା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ଆଇନ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ପରୀକ୍ଷା ହୋଇନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିବା ସହ ଖୁବ ଶୀଘ୍ର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ଓ ଅନଲାଇନ ମୋଡରେ ପରୀକ୍ଷା ଶେଷ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ଛାତ୍ରାଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ୨ ବର୍ଷରେ ୬ଟି ପରୀକ୍ଷା ବ୍ୟବସ୍ଥା ରହିଥିବାବେଳେ ଅତି କମ ସମୟର ବ୍ୟବଧାନରେ ଅଫଲାଇନ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ । ସେହିପରି ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏପରି ନିଷ୍ପତ୍ତି ଯୋଗୁ ପରୀକ୍ଷାକୁ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି । ହଠାତ ପରୀକ୍ଷା ତାରିଖ ଘୋଷଣା କଲେ ଦୂରଦୂରାନ୍ତର ପିଲା କେମିତି ଆସିବେ ବୋଲି ପ୍ରଶ୍ନ କରି ଭିସି ଅଫିସ ଘେରାଉ କରିଛନ୍ତି ଛାତ୍ରଛାତ୍ରୀ ।