ଭୁବନେଶ୍ବର: ଜାପାନ ଯାଇ ବିଭିନ୍ନ କ୍ରୀଡା କୌଶଳ ଶିଖିବେ ଓଡି଼ଆ ଛାତ୍ରଛାତ୍ରୀ । ଜାପାନରେ ଆୟୋଜିତ ହେଉଥିବା ଇଷ୍ଟ ଏସିଆ ନେଟୱର୍କ ଅଫ ଏକ୍ସଚେଞ୍ଜ ଫର ଷ୍ଟୁଡେଣ୍ଟ ଆଣ୍ଡ ୟୁଥ ( East Asia Network of Exchange for Students and Youths) କାର୍ଯ୍ୟକ୍ରମରେ ଭାଗ ନେଉଥିବା 18 ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛନ୍ତି ତିନି ଓଡି଼ଆ ।
ଏସେମବ୍ଲି ଓ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆସନ୍ତା ନଭେମ୍ବର 18 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି ଇଇଷ୍ଟ ଏସିଆ ନେଟୱର୍କ ଅଫ ଏକ୍ସଚେଞ୍ଜ ଫର ଷ୍ଟୁଡେଣ୍ଟ ଆଣ୍ଡ ୟୁଥ କାର୍ଯ୍ୟକ୍ରମ । ଯେଉଁଥିରେ ଭାରତରୁ 18 ଜଣ ଛାତ୍ରଛାତ୍ରୀ ଜାପାନ ଯିବା ପାଇଁ ମନୋନୀତ ହୋଇଛନ୍ତି ।