ଭୁବନେଶ୍ବର: ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା । ଏନେଇ ପ୍ରକ୍ରିୟା ଆରମ୍ଭ କରିବ ଭୁବନେଶ୍ବର ମହାନଗର ନିଗମ । ଏହି ବ୍ୟବସ୍ଥା ଅନୁସାରେ ପାଠପଢିବା ପାଇଁ ବିଦେଶ ଯିବେ ସେମାନେ ମଧ୍ୟ ଟିକା ନେଇପାରିବେ। ଛାତ୍ରଛାତ୍ରୀଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ବିଏମସି କମିଶନର ସଂଞ୍ଜୟ ସିଂ ସୂଚନା ଦେଇଛନ୍ତି।
Vaccination: ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା - bhubaneswer news
ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା । ଏନେଇ ପ୍ରକ୍ରିୟା ଆରମ୍ଭ କରିବ ଭୁବନେଶ୍ବର ମହାନଗର ନିଗମ । ଅଧିକ ପଢନ୍ତୁ...
ରାଜଧାନୀର ଅନେକ ଛାତ୍ରଛାତ୍ରୀ ବିଦେଶରେ ମଧ୍ୟ ପାଠ ପଢୁଛନ୍ତି । କୋରୋନା ପାଇଁ ବିଦେଶ ଯାଇପାରୁନଥିବା ବେଳେ ଟିକା ଏକ ବାଧ୍ୟତାମୂଳକ ଅସ୍ତ୍ର ପାଲଟିଛି। ତେବେ ଏହି ଛାତ୍ରଛାତ୍ରୀଙ୍କୁ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଭୁବନେଶ୍ୱରରେ ବାସ କରୁଥିବା ବହୁତ ଛାତ୍ର ଅଛନ୍ତି ଯାହା ବିଦେଶରେ ପାଠପଢ଼ନ୍ତି। ସେମାନଙ୍କ ପାଇଁ ଟୀକାକରଣ ଏକ ବାଧ୍ୟତାମୂଳକ। ସେମାନଙ୍କ ଟୀକାକରଣ ପାଇଁ ବିଏମସି ଆଗେଇଆସିଛି। 1929 ନମ୍ବରରେ ଆସନ୍ତାକାଲି ଠୁ ଏହି ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଯାଉଛି । ଏହି ପକ୍ରିୟା ସମ୍ପୂର୍ଣ୍ଣ ଭାବରେ ସ୍ୱତନ୍ତ୍ର ଭାବେ କରାଯିବ ବୋଲି ବିଏମସି କମିଶନର ସଂଜୟ ସିଂ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ