ଭୁବନେଶ୍ବର :ଧାର୍ଯ୍ୟ ସମୟରେ ସରିପାରିବ ତ ସିଲାବସ ? ନା ଅସମ୍ପୂର୍ଣ୍ଣ ପାଠପଢାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆଉ ଏପଟେ ଫଳାଫଳ ନେଇ ଚିନ୍ତାରେ ଛାତ୍ରଛାତ୍ରୀଙ୍କ ସମତେ ଅଭିଭାବକ । ମୁଖ୍ୟତ ସରକାରୀ ଜୁନିୟର କଲେଜ ଗୁଡିକରେ ବାର୍ଷିକ ପରୀକ୍ଷା ପୂର୍ବରୁ ସିଲାବସ ସମାପ୍ତ ହେବା ନେଇ ସନ୍ଦେହ ଘେରରେ । କଲେଜ ଖୋଲିବା ପରେ କଳା ,ବାଣିଜ୍ୟ ଓ ବିଜ୍ଞାନରେ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ସିଲାବସ ସମ୍ପୁର୍ଣ୍ଣ କରିବାକୁ ନେଇ ଅନେକ କଲେଜର ଅଧ୍ୟାପକ ଚିନ୍ତାରେ ପଡିଛନ୍ତି। ବିଜ୍ଞାନ ସମେତ ଯେଉଁ ବିଷୟରେ ପ୍ରାଟିକାଲ ରହିଛି ସେ ସମସ୍ତ କିପରି ସମାପ୍ତ ହେବ ସେନେଇ ଦେଖାଦେଇଛି ଅନିଶ୍ଚିତତା ।
100 ଦିନ ଭିତରେ କୋର୍ସ ଶେଷ ନେଇ ଅନିଶ୍ଚିତତା, ଚିନ୍ତାରେ ଛାତ୍ରଛାତ୍ରୀ - +2 syllabus
ଧାର୍ଯ୍ୟ ସମୟରେ ସରିପାରିବ ତ ସିଲାବସ ? ନା ଅସମ୍ପୂର୍ଣ୍ଣ ପାଠପଢାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆଉ ଏପଟେ ଫଳାଫଳ ନେଇ ଚିନ୍ତାରେ ଛାତ୍ରଛାତ୍ରୀଙ୍କ ସମତେ ଅଭିଭାବକ । ଅଧିକ ପଢନ୍ତୁ...
100 ଦିନ ମଧ୍ୟରେ ପାଠପଢା କରି କୋର୍ସ ଶେଷ କରିବାକୁ ଚେଷ୍ଟା କରାଯାଉଛି । ମୁଖ୍ୟ ବିଷୟ ଗୁଡିକ ସାରିବାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଛନ୍ତି ବିଜେବି ଜୁନିଅର କଲେଜର ଅଧ୍ୟାପକ । ସେପଟେ କୋର୍ସ ଶେଷ କରିବା ପାଇଁ ଏକ ବର୍ଷ ଲାଗୁଥିଲା । 3 ମାସରେ ପାଠପଢା କେମିତି ଶେଷ ହେବ ବୋଲି କହିଛନ୍ତି ବିଦ୍ୟାର୍ଥୀ । ସେପଟେ ପରୀକ୍ଷା ପୂର୍ବରୁ ଅସମ୍ପୂର୍ଣ୍ଣ ସିଲାବସ ଛାତ୍ରୀଛାତ୍ରଙ୍କ ଉପରେ ଅନେକ ପ୍ରଭାବ ପକାଇବ । ଏନେଇ ମତ ଦେଇଛନ୍ତି ଶିକ୍ଷାବିତ । ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟକୁ ଦୃଷ୍ଟି ରଖି ସରକାର କି ଏଦିଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ