ଓଡିଶା

odisha

By

Published : Oct 25, 2021, 8:51 PM IST

ETV Bharat / city

ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରଛାତ୍ରୀ ଓ ଶିକ୍ଷକ: କ୍ୱେଷ୍ଟ ଆଲିଆନ୍ସ ସହ ଚୁକ୍ତିନାମା ସ୍ବାକ୍ଷର କଲା ‘ମୋ ସ୍କୁଲ ଅଭିଯାନ’

ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରିବା ପାଇଁ ‘କ୍ୱେଷ୍ଟ ଆଲିଆନ୍ସ' ସହ MOU ସ୍ବାକ୍ଷର କଲା ‘ମୋ ସ୍କୁଲ ଅଭିଯାନ” । ୩ବର୍ଷ ମଧ୍ୟର ଡିଜିଟାଲ ଶିକ୍ଷା କ୍ଷେତ୍ରରେ ଦକ୍ଷ ହେବେ ୪ ହଜାର ହାଇସ୍କୁଲର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରଛାତ୍ରୀ ଓ ଶିକ୍ଷକ: କ୍ୱେଷ୍ଟ ଆଲିଆନ୍ସ ସହ ଏମଓୟୁ ସ୍ବାକ୍ଷର କଲା ‘ମୋ ସ୍କୁଲ ଅଭିଯାନ’
ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରଛାତ୍ରୀ ଓ ଶିକ୍ଷକ: କ୍ୱେଷ୍ଟ ଆଲିଆନ୍ସ ସହ ଏମଓୟୁ ସ୍ବାକ୍ଷର କଲା ‘ମୋ ସ୍କୁଲ ଅଭିଯାନ’

ଭୁବନେଶ୍ବର: ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ରାଜ୍ୟର ଛାତ୍ରଛାତ୍ରୀ ଓ ଶିକ୍ଷକ । ଏନେଇ ‘କ୍ୱେଷ୍ଟ ଆଲିଆନ୍ସ' ସହ MOU ସ୍ବାକ୍ଷର କଲା ‘ମୋ ସ୍କୁଲ ଅଭିଯାନ” । ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜି ଏବଂ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ସୋମବାର "କ୍ୱେଷ୍ଟ ଆଲିଆନ୍ସ୍ୱ" ଏବଂ ମୋ ସ୍କୁଲ ଅଭିଯାନ’ ମଧ୍ୟରେ ଏକ ବୁଝାମଣାପତ୍ର (MOU) ସ୍ବାକ୍ଷରିତ ହୋଇଯାଇଛି ।

ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରଛାତ୍ରୀ ଓ ଶିକ୍ଷକ: କ୍ୱେଷ୍ଟ ଆଲିଆନ୍ସ ସହ ଏମଓୟୁ ସ୍ବାକ୍ଷର କଲା ‘ମୋ ସ୍କୁଲ ଅଭିଯାନ’

ଏହି MOU ମାଧ୍ୟମରେ ଆସନ୍ତା ୩ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା କ୍ଷେତ୍ରରେ ଦକ୍ଷ କରାଯିବ। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଂଜିନିୟରିଂ, ଗଣିତ ଶିକ୍ଷାର ପ୍ରଚାରପ୍ରସାର କ୍ଷେତ୍ରରେ "ମୋ ସ୍କୁଲ ଏବଂ ‘କ୍ୱେଷ୍ଟ ଆଲିଆନ୍ସ ମିଳିତ ଭାବରେ କାର୍ଯ୍ୟ କରିବେ । ସେହିଭଳି 'କ୍ୱେଷ୍ଟ ଆଲିଆନ୍ସ'ର ବିଶେଷଜ୍ଞ ଟିମ୍ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେସନର ଆୟୋଜନ ମଧ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟରୁ ୨ଜଣ ଲେଖାଏଁ ଶିକ୍ଷକଙ୍କୁ ମନୋନୀତ କରାଯାଇ ସେମାନଙ୍କୁ ପ୍ରଶିକ୍ଷକ ଭାବରେ ବିକଶିତ କରାଯିବ । ପରବର୍ତ୍ତୀ ସମୟରେ ସେମାନେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଟେକ୍ନୋଲୋଜି ସମ୍ପର୍କରେ ପ୍ରଶିକ୍ଷିତ କରିବେ । ସେହିଭଳି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ କରାଯିବା ସହ ସେମାନଙ୍କୁ ଲାଇଫ୍ ସ୍କୁଲ୍ ସମ୍ପର୍କରେ ମଧ୍ୟ ଅବଗତ କରାଯିବ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା, ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗୀତାକୁ ମଧ୍ୟ ଗୁରୁତ୍ବ ଦିଆଯିବ । ନିୟମିତ ବ୍ୟବଧାନରେ ଅଭିଭାବକମାନଙ୍କୁ ନେଇ ୱେବିନାର ଆୟୋଜନ କରାଯାଇ ପିଲାମାନଙ୍କ ପାଠପଢା ଏବଂ ସେମାନଙ୍କ ଶୈକ୍ଷିକ ବିକାଶ ସମ୍ପର୍କରେ ଅବଗତ କରାଯିବ । ସୋମବାର ତୋଷାଳି ଭବନସ୍ଥିତ ମୋ ‘ସ୍କୁଲ ଅଭିଯାନ’ ପରିଚାଳନା ସଂଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା MOU ସ୍ବାକ୍ଷର କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚି, ମୋ ସ୍କୁଲ ସଦସ୍ୟ ସଚିବ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ମୋ ସ୍କୁଲ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରତିଭା ଦୋରା, କ୍ୱେଷ୍ଟ ଆଲିଆନ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details