ଭୁବନେଶ୍ବର: ସ୍ଵାଧୀନତା ଦିବସ ପାଳନ ବେଳେ ସ୍କୁଲରେ ସାମିଲ ହେବେନାହିଁ ଛାତ୍ରଛାତ୍ରୀ । କେବଳ ପ୍ରଧାନଶିକ୍ଷକ ଓ ଭିଲେଜ ଏଜୁକେସନ କମିଟି ସଭାପତି ପତାକା ଉତ୍ତୋଳନ କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
ସ୍ଵାଧୀନତା ଦିବସ ପାଳନରେ ସାମିଲ ହେବେନି ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ - ସ୍ଵାଧୀନତା ଦିବସ ପାଳନରେ ଛାତ୍ରଛାତ୍ରୀଙ୍କ ଉପରେ କଟକଣା
ସ୍ଵାଧୀନତା ଦିବସ ବେଳେ ସାମିଲ ହେବେନାହିଁ ଛାତ୍ରଛାତ୍ରୀ
14:26 August 13
ସ୍ଵାଧୀନତା ଦିବସ ପାଳନ ବେଳେ ସାମିଲ ହେବେନି ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ
କୋରୋନା ମହାମାରୀକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଏହି ପତାକା ଉତ୍ତୋଳନରେ ଶିକ୍ଷକମାନେ ଉପସ୍ଥିତ ରହିବେ ବୋଲି ମନ୍ତ୍ରୀ କହିଛନ୍ତି । ଯେଉଁଠି ଭିଲେଜ ଏଜୁକେସନ କମିଟି ନଥିବେ ସେଠାରେ ପ୍ରଧାନଶିକ୍ଷକ ପତାକା ଉତ୍ତୋଳନ କରିବେ ।
ତେବେ ଏନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ବିଜ୍ଞପ୍ତିରେ ରହିଥିବା ଗାଇଡଲାଇନ ଅନୁଯାୟୀ:
- ବିଦ୍ୟାଳୟରେ ଅନୁଷ୍ଠିତ ସ୍ବାଧୀନତା ଦିବସ ଛାତ୍ରଛାତ୍ରୀମାନେ ଭାଗ ନେଇ ପାରିବେ ନାହିଁ
- ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ କୋଭିଡ ନିୟମ ମାନି ଯଥା ମାସ୍କ ପରିଧାନ କରିବା ସାମାଜିକ ଦୂରତା ରକ୍ଷା କରିବା ପତାକା ଉତ୍ତୋଳନ ଉତ୍ସବରେ ସାମିଲ ହୋଇପାରିବେ
- ସ୍କୁଲ ପରିଚାଳନା କମିଟିର ସଭାପତିଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇପାରେ
- ଉତ୍ସବ ପାଳନ ବେଳେ ୧୦ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି
- ସକାଳ ୯ଟାରୁ ୧୧ଟା ମଧ୍ୟରେ ସ୍ବାଧୀନତା ଦିବସ ପାଳନ ସମ୍ପନ୍ନ ହେବ
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ
Last Updated : Aug 13, 2020, 10:23 PM IST