ଓଡିଶା

odisha

ETV Bharat / city

ଇଣ୍ଟ୍ରିଗେଟେଡ଼ ବିଏଡ ଓ ଏମଏଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ - ଇଣ୍ଟ୍ରିଗେଟେଡ଼ ବିଏଡ ଓ ଏମଏଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ

ରାଜଧାନୀରେ ରାଜରାସ୍ତାରେ ଆନ୍ଦୋଳନ ରତ ଇଣ୍ଟ୍ରିଗେଟେଡ଼ ବିଏଡ ଓ ଏମଏଡ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

_student protest
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Dec 2, 2019, 10:40 PM IST

ଭୁବନେଶ୍ବର: ଓଡ଼ିଶାର 4ଟି ପ୍ରମୁଖ ବିଶ୍ବବିଦ୍ୟାଳୟ ସମ୍ଭଲପୁର, ଫକିର ମୋହନ, ରାଜେନ୍ଦ୍ର ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦୀର୍ଘ ଦିନ ଧରି ନିଜ ବିଶ୍ଵବିଦ୍ୟାଳୟରେ ଧାରଣା ଦେଉଥିଲେ । ହେଲେ ଗତ ଦୁଇ ଦିନ ହେବ ଛାତ୍ରଛାତ୍ରୀ ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଛାତ୍ରଛାତ୍ରୀଙ୍କ କହିବା ମୁତାବକ, ଓଟିଇଟି, ସିଟିଇଟି, ପିଜିଟି, ଟିଜିଟି ଭଳି ଅନେକ ପ୍ରବେଶିକା ପରୀକ୍ଷା ସେମାନେ ଦେଇପାରୁ ନାହାଁନ୍ତି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୌଣସି ଇଣ୍ଟ୍ରିଗେଟେଡ଼ ବିଏଡ ଓ ଏମଏଡ ପିଲା ଓଡ଼ିଶାର ପ୍ରବେଶିକା ପରୀକ୍ଷା ନଦେବାର ନିୟମ ରହିଛି । ଯାହାକୁ ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି । ଓଡ଼ିଶାରେ ପାଠ ପଢିଛୁ, ଓଡ଼ିଶାର ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଛୁ କଣ ପାଇଁ ବାହାରକୁ ଯିବୁ ବୋଲି ପ୍ରଶ୍ନ କରିଛନ୍ତି ସେମାନେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details