ଓଡିଶା

odisha

ETV Bharat / city

ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ

ବିଭିନ୍ନ ଦାବିକୁ ନେଇ ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ(OSSC) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ପରୀକ୍ଷା ଫଳ ପ୍ରକାଶ ଓ ମାର୍କକୁ ସର୍ଵସାଧାରଣ କରିବା ସହ 6 ଦଫା ଦାବି ନେଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ

ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ କାର୍ଯ୍ୟାଳୟ
ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ କାର୍ଯ୍ୟାଳୟ

By

Published : Apr 11, 2022, 5:25 PM IST

ଭୁବନେଶ୍ବର: ବିଭିନ୍ନ ଦାବିକୁ ନେଇ ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ(OSSC) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ପରୀକ୍ଷା ଫଳ ପ୍ରକାଶ ଓ ମାର୍କକୁ ସର୍ଵସାଧାରଣ କରିବା ସହ 6 ଦଫା ଦାବି ନେଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ।

ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଏହି ଆଶାୟୀ ପରୀକ୍ଷାର୍ଥୀଙ୍କ ଦାବି ଯେ ସମସ୍ତେ 6 ରୁ 7 ମାସ ହେଲା ପରୀକ୍ଷା ଦେଇସାରିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଫଳାଫଳ ପ୍ରକାଶ ପାଇପାରିଲା ନାହିଁ। ଅନେକ ସମୟରେ କେବଳ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଉଛି। ହେଲେ କେଉଁଥିରେ କେତେ ମାର୍କ ରହୁଛି ତାହା ଜଣାପଡୁନାହିଁ। ଅନେକ ଛାତ୍ରଛାତ୍ରୀ ମାନେ ବାରମ୍ବାର ପରୀକ୍ଷା ଦେଇ ଆସୁଥିଲେ ମଧ୍ୟ ସଫଳତା ପାଇପାରୁନହାନ୍ତି। ଅନେକ ସମୟରେ ମେଧାବୀ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଫଳ ହେବାର ନଜରକୁ ଆସିଛି। ତେବେ ଏନେଇ ପାଖାପାଖି 25 ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଛାତ୍ରଛାତ୍ରୀ ମାନେ ଏକାଠି ହୋଇ OSSC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି।

ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେଣୁ ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆମରଣ ଅନଶନରେ ବସିବେ ବୋଲି OSSC କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details