ଓଡିଶା

odisha

ETV Bharat / city

ପାଠପଢାକୁ ନେଇ ଧାରଣାରେ ପିଇଟି ମହାବିଦ୍ୟାଳୟ ଛାତ୍ରଛାତ୍ରୀ - student protest

ପିଇଟି ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ପିଲାମାନେ ଧାରଣାରେ ବସିଛନ୍ତି । ଅଭିଭାବକ ମହାସଂଘ ମଧ୍ୟ ଧାରଣାରେ ସାମିଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Sep 23, 2019, 4:03 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ପିଇଟି (ଶାରୀରିକ ଶିକ୍ଷା) ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା । କଳିଙ୍ଗ ଷ୍ଟାଡିୟମରୁ ପିଇଟି ମହାବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ବିରୋଧ । ବିପିଏଡ, ଏମପିଏଡ ଓ ଅଭିଭାବକ ମହାସଂଘ ମଧ୍ୟ ଧାରଣାରେ ସାମିଲ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ସୂଚନା ଅନୁସାରେ, ଫନି ବାତ୍ୟା ପରଠାରୁ ଠାରୁ କଲେଜରେ ପାଠପଢା ଆରମ୍ଭ ହୋଇନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ହଷ୍ଟେଲ ମଧ୍ୟ ଚାଲୁନି। ଏପଟେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । କେବେ ଖୋଲିବ କଲେଜ, କେବେ ହେବ ପଢା ଅପେକ୍ଷାରେ ପିଲା । କଟକ ପାହାଳ ନିକଟରେ ଥିବା ଆପେସ୍କ ଇଂଜିନିୟରିଂ କଲେଜରେ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ସ୍ଥାନାନ୍ତର କରାଯାଇଛି। ଯାହା ଦ୍ବାରା ସେଠାରେ କିଛି ଶାରୀରିକ ଶିକ୍ଷା ଭିତ୍ତି ଭୂମି ନଥିବା ବେଳେ ପିଲାମାନେ କିଭଳି ନିଜର ଶିକ୍ଷା ଲାଭ କରିବେ ସେନେଇ ଦୁଃଖ ପ୍ରକାଶ କରିଛନ୍ତି।

ପରବର୍ତ୍ତୀ ସମୟରେ ଆପେକ୍ସ କଲେଜ ଶାରୀରିକ ଶିକ୍ଷାକୁ ନେଇ ମନା କରିଦେବା ଫଳରେ ପିଲାମାନେ ଏବେ 3 ମାସ ଧରି ପାଠପଢାରୁ ବଞ୍ଚିତ ହୋଇଛନ୍ତି । ସରକାର କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏପଟେ ଅନ୍ୟ ଏକ ରୂପ ଦେଖିବାକୁ ମିଳୁଛି। ଛାତ୍ରଛାତ୍ରୀ ପାଖାପାଖି ୧୪ ହଜାର ଟଙ୍କା ଦେଇ ଆଡମିସନ କରିଥିବା ବେଳେ ଦୂର୍ଭାଗ୍ୟବଶତଃ କ୍ଲାସ ହେଉନାହିଁ। ଏହାକୁ ନେଇ ପିଲାମାନେ ରାଜରାସ୍ତାରେ ଧାରଣା ଦେଇଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details