ଓଡିଶା

odisha

ETV Bharat / city

ଅନଲାଇନ ପରୀକ୍ଷା ଦାବିରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା - ରାଜଧାନୀ କଲେଜ

ଅନଲାଇନ ପରୀକ୍ଷା ଦାବିରେ ରାଜରାସ୍ତାରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା। ଭୁବନେଶ୍ବରର ବିଭିନ୍ନ କଲେଜରେ ଅନଲାଇନ ପରୀକ୍ଷା ଦାବିରେ ଛାତ୍ରୀ ମାନେ ଆଜି(ବୁଧବାର) କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।

Student of various college
Student of various college

By

Published : Oct 27, 2021, 7:20 PM IST

ଭୁବନେଶ୍ବର:ଅନଲାଇନ ପରୀକ୍ଷା ଦାବିରେ ରାଜରାସ୍ତାରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା। ଭୁବନେଶ୍ବରର ବିଭିନ୍ନ କଲେଜରେ ଅନଲାଇନ ପରୀକ୍ଷା ଦାବିରେ ଛାତ୍ରୀ ମାନେ ଆଜି(ବୁଧବାର) କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। । ସେମାନଙ୍କର ଅଭିଯୋଗ ଯେହେତୁ ଚତୁର୍ଥ ସେମିଷ୍ଟାର ସମ୍ପୂର୍ଣ୍ଣ ବିଷୟକୁ ସେମାନେ ଅନଲାଇନରେ ପଢିଛନ୍ତି, ତେଣୁ ପରୀକ୍ଷା ମଧ୍ୟ ଅନଲାଇନରେ ହେଉ ।

ଅନଲାଇନ ପରୀକ୍ଷା ଦାବିରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା

ଆଜି (ବୁଧବାର) ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ, କମଳା ନେହେରୁ ମହିଳା ମହାବିଦ୍ୟାଳୟ, ରାଜଧାନୀ କଲେଜ ଆଦି ମହାବିଦ୍ୟାଲୟ ଗୁଡିକରେ ଅନଲାଇନ ପରୀକ୍ଷା ଦାବି କରି ଛାତ୍ରୀ ମାନେ ଧାରଣା ଦେଇଛନ୍ତି । ଯୁକ୍ତ ତିନି ଦ୍ବିତୀୟ ବର୍ଷ ଓ ତୃତୀୟ ବର୍ଷର ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ସମସ୍ତ ପରୀକ୍ଷା କରାଯାଉ ବୋଲି ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି କଲେଜ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ନେଇନାହାଁନ୍ତି ।

ସେପଟେ କମଳା ନେହେରୁ ମହିଳା ମହାବିଦ୍ୟାଲୟର ଯୁକ୍ତ ତିନି ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବାକୁ ଦାବିରେ ଅଟଳ ରହିଛନ୍ତି। ସେମାନଙ୍କର ଅଭିଯୋଗ ବର୍ତ୍ତମାନର ବିଭିନ୍ନ ସମସ୍ୟା ପାଇଁ ଜିଲ୍ଲା ବାହାରର ଅନେକ ଛାତ୍ରୀ କଲେଜ ଆସିପାରୁନାହାନ୍ତି। କୋରୋନା ପାଇଁ 2 ମାସ ଧରି କ୍ଳାସ ରୁମରେ ପାଠ ପଢାଯାଇଥିଲେ ମଧ୍ୟ ସେତିକି ପାଠପଢାକୁ ନେଇ ପରୀକ୍ଷା ଦେବା ସମ୍ଭବ ନୁହେଁ। ତେଣୁ ଅନଲାଇନରେ ପରୀକ୍ଷା କରାଯାଉ ବୋଲି କହିଛନ୍ତି ଛାତ୍ରୀ ମାନେ ।

ଛାତ୍ରୀଙ୍କ ଦାବି ନେଇ କଲେଜ ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ରଥ କହିଛନ୍ତି କରୋନା ପାଇଁ ଅନଲାଇନରେ କ୍ଳାସ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଗତ 2 ମାସ ଧରି ଅଫଳାଇନରେ କ୍ଳାସ କରାଯାଉଛି। ତେଣୁ ଅନଲାଇନରେ ପାଠ ପଢିଥିଲେ ବି ଅଫଲାଇନରେ ପରୀକ୍ଷା ଦେବା କୌଣସି ଅସୁବିଧା ନାହିଁ । ସେ କହିଛନ୍ତି ବର୍ତ୍ତମାନ ଯେତିକି ବିଷୟ ସରିଛି ସେହି ଅନୁସାରେ ପରୀକ୍ଷା କରାଯିବ। ଯାହା ମାତ୍ର 40 ମାର୍କର ହେବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details