ଭୁବନେଶ୍ବର: ଷ୍ଟୁଡେଣ୍ଟ୍ସ ଫେଡରେସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରାଜ୍ୟ ରାଜଭବନ ସମ୍ମୁଖରେ ଧାରଣା । କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ନାମଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଛି । ମୋଟ ସିଟର 25ପ୍ରତିଶତ ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷିତ କରାଯାଉ ବୋଲି ବାରମ୍ବାର ଦାବି କରାଯାଉଛି । ହେଲେ ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି ।
ନାମଲେଖାରେ ଅଣଦେଖା; ଷ୍ଟୁଡେଣ୍ଟସ ଫେଡରେସନର ଧାରଣା - ଭୁବନେଶ୍ବର
କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ନାମଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ ଷ୍ଟୁଡେଣ୍ଟସ ଫେଡରେସନ ପକ୍ଷରୁ ରାଜ୍ୟ ରାଜଭବନ ସମ୍ମୁଖରେ ଧାରଣା । ଅଧିକ ଖବର ପଢନ୍ତୁ...
ନାମଲେଖାରେ ଅଣଦେଖା; ଷ୍ଟୁଡେଣ୍ଟସ ଫେଡରେସନର ଧାରଣା
ଯଦି ସରକାର ଏଭଳି ଚୁପ ରହିବେ କି କୌଣସି ନିଷ୍ପତ୍ତି ନେବେନାହିଁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଛାତ୍ର ସଂଘ ପ୍ରକାଶ କରିଛି । ରାଷ୍ଟ୍ରପତି ଆସିବା ସମୟରେ ବି ଏହି ବିଷୟରେ ଏକ 5 ଜଣିଆ ଛାତ୍ର ଟିମ ରାଷ୍ଟ୍ରପତିଙ୍କୁ ଜଣାଇଥିଲେ । ମାତ୍ର କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହା ଫଳରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ଷ୍ଟୁଡେଣ୍ଟସ ଫେଡରେସନ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
Last Updated : Dec 17, 2019, 2:52 PM IST