ଓଡିଶା

odisha

RTE ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରୀବ ଶ୍ରେଣୀର 3ରୁ 7 ବର୍ଷର ପିଲାମାନେ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇପାରିବେ । ଗ୍ରହଣ ହୋଇଥିବା ଆବେଦନ ଗୁଡିକ ଯାଞ୍ଚ କରାଯାଇ ଲଟେରୀ ମାଧ୍ୟମରେ ନାମ ଚୟନ କରାଯାଇଛି । ଅଧିକ ପଢନ୍ତୁ

By

Published : Apr 23, 2022, 10:12 PM IST

Published : Apr 23, 2022, 10:12 PM IST

RTE ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ
RTE ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ

ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରୀବ ଶ୍ରେଣୀର 3ରୁ 7 ବର୍ଷର ପିଲାମାନେ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇପାରିବେ । ଗ୍ରହଣ ହୋଇଥିବା ଆବେଦନ ଗୁଡିକ ଯାଞ୍ଚ କରାଯାଇ ଲଟେରୀ ମାଧ୍ୟମରେ ନାମ ଚୟନ କରାଯାଇଛି । ଖାଲିଥିବା ସିଟ୍ ପାଇଁ ୨ୟ ପର୍ଯ୍ୟାୟରେ ମେ' ମାସରୁ ଆବେଦନ ଗ୍ରହଣ କରାଯିବ।



ଶିକ୍ଷା ଅଧିକାର ଆଇନ୍‌ 2009 ଅନ୍ତର୍ଗତ ଧାରା 12(1)(ଗ) ଅନୁଯାୟୀ ଗରିବ ଶ୍ରେଣୀର 3 ରୁ 7 ବର୍ଷର ପିଲାମାନେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କ ଶିକ୍ଷା ପାଇପରିବେ । ଏଥିପାଇଁ ଆର୍.ଟି.ଇ(RTE) ପାରଦର୍ଶୀ ପୋର୍ଟାଲରେ ଆବେଦନ ଆହ୍ବାନ କରାଯାଇଥିଲା। ଫେବୃଆରୀ 22 ତାରିଖରୁ ଆରମ୍ଭ କରି ଏପ୍ରିଲ 10 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ 4470 ବେସରକାରୀ ବିଦ୍ୟାଳୟଗୁଡ଼ିକରେ 39850 ସିଟ୍ ପାଇଁ ସମୁଦାୟ 13700 ଅନଲାଇନ୍ ଆବେଦନ କରାଯାଇଥିଲା ।

ଓସେପା ହେଲ୍ଡ ଲାଇନ ନମ୍ବର ମାଧ୍ୟମରେ 2500 ଅବେଦନ କରାଯାଇଥିଲା । ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣ ପତ୍ର ଯାଞ୍ଚ କରି 10457 ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ । ଯୋଗ୍ୟ ଆବେଦନ ପତ୍ର ଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ (Directorate of Elementary Education (DEE) Odisha) ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ କରାଯାଇଥିଲା । ସେଥ୍ ମଧ୍ୟରୁ 9256 ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି । ବର୍ତ୍ତମାନ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଏପ୍ରିଲ 30 ତାରିଖ ମଧ୍ୟରେ ନାମ ଲେଖାଯିବ। ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ କୌଣସି ଅର୍ଥ ଅଭିଭାବକମାନଙ୍କ ଠାରୁ ନେଇପାରିବେ ନାହିଁ। ଯଦି କୌଣସି ବିଦ୍ୟାଳୟ ଏହା ବିରୋଧରେ କରନ୍ତି ତେବେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


ଦ୍ବିତୀୟ ପର୍ଯ୍ୟାୟରେ ଚୟନ ପାଇଁ ପୁଣି ଥରେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସିଟ୍ ପାଇଁ ମେ ମାସ ଠାରୁ ଆର୍.ଟି.ଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ଦ୍ୱିତୀୟ ଚୟନ ଆବେଦନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.rteparadarshi.odisha.gov.in ରେ ଆବେଦନ କରିପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details